ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସେନା ବୁଧବାର ଆଉ ଏକ କମାଲ୍ ଦେଖାଇଛନ୍ତି। ମିଆଁମାର୍ ସୀମାରେ ପ୍ରବେଶ କରି ସାହସିକତା ପ୍ରଦର୍ଶନ କରିଛନ୍ତି ଭାରତୀୟ ଯବାନ୍। ମିଆଁମାର୍‌ ସୀମାରେ ସଜିର୍କଲ୍ ଷ୍ଟ୍ରାଇକ୍ କରି ‘ନାଗା’ ଉଗ୍ରବାଦୀ କ୍ୟାମ୍ପକୁ ଛାରଖାର କରିଛନ୍ତି। ଏହାସହ ଯବାନଙ୍କ ଷ୍ଟ୍ରାଇକରେ କେତେକ ଉଗ୍ରବାଦୀ ପ୍ରାଣ ହରାଇଥିବା ଭାରତୀୟ ସେନା ଦାବି କରିଛି। ବୁଧବାର ଭୋର ୫ଟା ବେଳେ ଏହି ଷ୍ଟ୍ରାଇକ୍ ହୋଇଥିବା ଜଣାପଡ଼ିଛି।
ମିଆଁମାର ସୀମାରେ ପ୍ରହରା ଦେଉଥିବା ଭାରତୀୟ ସେନାର ଏକ ୟୁନିଟ୍ ଉପରେ ସେପ୍ଟେମ୍ବର ୨୭ରେ ଗୁଳି ମାଡ଼ ହୋଇଥିଲା। ଏହି ଗୁଳି ମିଆଁମାର ସୀମା ପଟୁ ଆସିଥିଲା। ଫଳରେ ୨୭ ତାରିଖ ଗୁଳିର ଜବାବ ଆଜି ଭାରତୀୟ ଯବାନ ଦେଇଛନ୍ତି। ମିଆଁମାର ସୀମାରେ ପ୍ରବେଶ କରି ଆତଙ୍କବାଦୀ ଶିବିର ଉପରକୁ ଅତର୍କିତ ଗୁଳି ଚାଳନା କରିଛନ୍ତି। ବୁଧବାର ଭୋର୍‌ ୫ଟାରୁ ଆରମ୍ଭ ହୋଇଥିବା ଏହି ଅପରେସନ୍ ସାଢ଼େ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।
୨୦୧୫ରେ ଭାରତୀୟ ସେନା ମିଆଁମାର ସୀମାରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ଆଜି ପୁଣି ଦ୍ବିତୀୟବାର ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଛି। ଏହାସହ ଗତ ବର୍ଷ ମଧ୍ୟ ଭାରତୀୟ ସେନା ଅନୁରୂପ ସର୍ଜିକାଲ ଷ୍ଟ୍ରାଇକ୍ ପାକ୍ ଅଧିକୃତ କାଶ୍ମୀରରେ କରିଥିଲେ। ଏହି ସର୍ଜିକାଲ ଷ୍ଟ୍ରାଇକରେ ଆତଙ୍କବାଦୀ ସଙ୍ଗଠନର ଶିବିର ଛାରଖାର ହୋଇଯାଇଥିବା ଭାରତୀୟ ସେନା ପକ୍ଷରୁ ଦାବି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here