ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭାରତମାଳା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୭ ଲକ୍ଷ କୋଟି
  • ୨୦୨୨ ସୁଦ୍ଧା ଶେଷ ହେବ ପ୍ରକଳ୍ପ
  • ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୩୪,୮୦୦ କି ମି ରାସ୍ତା
  • ୩ ବର୍ଷରେ ଦେଶର ଦ୍ରୁତ ବିକାଶ ହୋଇଛି
କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଆଜି ବହୁ ପ୍ରତୀକ୍ଷିତ ‘ଭାରତମାଳା’ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ନୂଆ ପ୍ରକଳ୍ପ ଜରିଆରେ ୮୩ ହଜାର କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ଜେଟଲୀ କହିଛନ୍ତି। ଏହି ପ୍ରକଳ୍ପ ପାଇଁ ୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆଗାମୀ ୫ ବର୍ଷ ମଧ୍ୟରେ ରାସ୍ତା ନିର୍ମାଣ ଶେଷ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ସରକାର ୩୪,୮୦୦ କି ମିର ରାସ୍ତା ତିଆରି କରିବେ। ଏହି ଯୋଜନାରେ ଭାରତ ସୀମାରେ ରହିଥିବା ରାସ୍ତା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।
ଭାରତମାଳା ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିବା ଅବସରରେ ଜେଟଲୀ ଦେଶର ଅର୍ଥ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। କହିଛନ୍ତି ଗତ ୩ ବର୍ଷ ମଧ୍ୟରେ ଦେଶର ଆର୍ଥିକ ଅବସ୍ଥା ଠିକ୍‌ଠାକ୍ ରହିଛି। ୩ ବର୍ଷ ମଧ୍ୟରେ ଦରଦାମ୍ ଶସ୍ତା ହୋଇଥିବା ବେଳେ ଦେଶର ଦ୍ରୁତ ବିକାଶ ହୋଇଛି।
୩ ବର୍ଷରେ ଜିଡିପି ୭.୬ ପ୍ରତିଶତ ରହିଥିବା ବେଳେ ବିଦେଶୀ ପୁଞ୍ଜି ନିବେଶ ୪୦୦ ବିଲିଅନ୍ ଡଲାରରେ ପହଞ୍ଚିଛି। ଜିଏସ୍‌ଟି ଲାଗୁ ହେବା ପରେ ଦେଶରେ ଦୁର୍ନୀତି କମିଥିବା ଜେଟଲୀ କହିଛନ୍ତି।
ବୁମଦ୍ରୀକରଣ ପରେ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡିକ ମଜଭୁତ ହୋଇଛି। ସେମାନଙ୍କ ଋଣ ଦେବାର କ୍ଷମତା ବୃଦ୍ଧି ପାଇଛି।

 

Comment