ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ଉଦ୍‌ଘାଟନ
  • ୧ ଘଣ୍ଟା ୨୫ ମିନିଟରେ ୬ଟି ପ୍ରଳକ୍ପର ଉଦ୍‌ଘାଟନ
  • ୧୨ଟି ଚିଲିକା ଫ୍ରେସ୍‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ହଜ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର। ହଜ୍‌ ଯାତ୍ରୀଙ୍କ ରହଣୀ ପାଇଁ ରାଜ୍ୟ ସରକାର ହଜ୍‌ ହାଉସ୍ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ପୋଖରୀପୁଟଠାରେ ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ୨ କୋଟି ୩୮ ଲକ୍ଷ ୮୪ ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୁସଲିମ୍‌ ସମ୍ପ୍ରଦାୟର ଭାଇ-ଭଉଣୀଙ୍କୁ ଅଭିନନ୍ଦନ ଜଣାଇ ଭାଷଣ ଆରମ୍ଭ କରିଥିଲେ। କହିଥିଲେ, ମୁସଲିମ୍ ସମ୍ପ୍ରଦାୟଙ୍କ ପାଇଁ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି। ଆଗାମୀ ଦିନରେ ବାକି ରହିଯାଇଥିବା ଅନ୍ୟ କାମ ଖୁବ୍‌ଶୀଘ୍ର ସମ୍ପନ୍ନ ହେବ।
ଉଦ୍‌ଘାଟନ ବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅନୁସୂଚିତ ଜାତି-ଜନଜାତି ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶି ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ମୁଖ୍ୟମନ୍ତ୍ରୀ ଆଜି ଶହୀଦ ନଗରରେ ଡାକ୍ତର ଅଗ୍ରଓ୍ବାଲ୍‌ସ ଚକ୍ଷୁ ହସ୍ପିଟାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ସ୍ବାସ୍ଥ୍ୟ ସଚିବ ଡକ୍ଟର ପି କେ ମେହର୍ଦ୍ଦା, ଅଗ୍ରଓ୍ବାଲ୍‌ସ ଗ୍ରୁପ୍‌ ଅଫ୍‌ ଆଈ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ଅମର ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷେ ଆଜି ମୁଖ୍ୟମନ୍ତ୍ରୀ ୨୩.୫୦ କୋଟି ଟଙ୍କା ବ୍ୟୟରେ  ନିର୍ମିତ ସିଇଟି ଭୁବନେଶ୍ବରର ୫୩୦ ବିଶିଷ୍ଟ ଛାତ୍ରୀ ନିବାସକୁ ଉଦଘାଟନ କରିଛନ୍ତି। ୨୧.୬୦ କୋଟ ଟଙ୍କାରେ ବ୍ୟୟରେ ନିର୍ମିତ ୬୦୦ ସିଟ୍ ବିଶିଷ୍ଟ ଛାତ୍ରାବାସ ଉଦ୍‌ଘାଟନ କରିଛନ୍ତି। ସେହିପରି କେଶରୀନଗରଠାରେ ଅର୍ଥନୈତିକ ଅପରାଧ ଓ ସ୍ବତନ୍ତ୍ର କାର୍ଯ୍ୟ ବାହିନୀର ନୂତନ କାର୍ଯ୍ୟାଳୟ ଏବଂ ସ୍ବତନ୍ତ୍ର ସଶସ୍ତ୍ର ଆରକ୍ଷୀ ବାହିନୀ ନିର୍ଦ୍ଦଶେ ଓ ନିୟନ୍ତ୍ରଣ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ୧୨ଟି ଚିଲିକା ଫ୍ରେସର ଉଦ୍‌ଘାଟନ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ।
 

Comment