ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଉପାଧ୍ୟକ୍ଷ ସୋନିଆ ଗାନ୍ଧି ପୁଣି ହୋଇ ଯାଇଛନ୍ତି ଅସୁସ୍ଥ। ତାଙ୍କୁ ଚିକିତ୍ସା ନିମନ୍ତେ ନୂଆଦିଲ୍ଲୀର ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋନିଆଙ୍କର ପେଟ ଜନିତ ସମସ୍ୟା ରହିଥିବା ଜଣାପଡ଼ିଛି।
ହିମାଞ୍ଚଳ ପ୍ରଦେଶର ସିମ୍‌ଲାରେ ସୋନିଆଙ୍କ ଝିଅ ପିୟଙ୍କା ଗାନ୍ଧିଭଦ୍ରା ଏକ ଜମି କିଣିଛନ୍ତି। ଏହାକୁ ଦେଖିବା ପାଇଁ ସୋନିଆ ସିମ୍‌ଲା ଯାଇଥିଲେ। ହେଲେ ହଠାତ୍ ସେଠାରେ ସେ ଆଜି ଅସୁସ୍ଥ ହୋଇଯାଇଥିଲେ। ପରେ ତାଙ୍କୁ ଦିଲ୍ଲୀ ଅଣାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ହିମାଞ୍ଚଳପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଇତି ମଧ୍ୟରେ ସୋନିଆ ଅନେକ ଥର ହିମାଞ୍ଚଳପ୍ରଦେଶ ଗସ୍ତ କରିଛନ୍ତି।
ଡାକ୍ତର ଡି ଏସ୍‌ ରାଣା କହିଛନ୍ତି, “ସନ୍ଧ୍ୟା ୫ଟାରେ ସୋନିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପେଟରେ ସମସ୍ୟା ରହିଛି। ତାଙ୍କୁ ଆମେ ସ୍ବତନ୍ତ୍ର ଚିକିତ୍ସା ସେବା ପ୍ରଦାନ କରୁଛୁ।”
ଗତ କିଛିବର୍ଷ ହେଲା ସୋନିଆ ଗାନ୍ଧିଙ୍କ ସ୍ବାସ୍ଥ୍ୟ ଖରାପ ରହୁଥିବା ନଜିର ରହିଛି। ଅନେକବାର ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ମେ ୮ରେ ମଧ୍ୟ ସୋନିଆ ଅସୁସ୍ଥ ହୋଇ ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ସୋନିଆ ବାରମ୍ବାର ଅସୁସ୍ଥ ହୋଇ ଯାଉଥିବାରୁ ସେ ସକ୍ରିୟ ରାଜନୀତିରେ ଅଧିକାଂଶ ସମୟ ଦେଖିବାକୁ ମିଳୁ ନାହାନ୍ତି। ଏଥିପାଇଁ ରାହୁଲ ଗାନ୍ଧିଙ୍କୁ ଦଳର ଅଧ୍ୟକ୍ଷ କରିବା ପାଇଁ ସୋନିଆ ଜୋର୍‌ ଦେଉଛନ୍ତି।

Comment