ଓଡ଼ିଶାଲାଇଭ୍‍ ବ୍ୟୁରୋ

ସାଂସଦ ଓ ବିଧାୟକମାନେ କୋର୍ଟରେ କଳା କୋଟ୍ ପିନ୍ଧି ଆଉ ଓକିଲାତି କରିପାରିବେ ନାହିଁ। ସେମାନଙ୍କ ଓକିଲାତି ପେସାରେ ଏଣିକି ଲାଗିବ ଅଙ୍କୁଶ। ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ପକ୍ଷରୁ ଗଠିତ ଚ୍ୟାନେଲ୍ ଖୁବ୍ ଶୀଘ୍ର ଏହି ନିଷ୍ପତ୍ତି ନେବାକୁ ଯାଉଛି।

ବିସିଆଇର ପ୍ୟାନେଲ୍ ଏ ସମ୍ପର୍କରେ ସବିଶେଷ ତର୍ଜମା କରି ରିପୋର୍ଟ ପ୍ରଦାନ କରିବା ପରେ ସାଂସଦ ଓ ବିଧାୟକମାନେ ଓକିଲାତି ପେସା କରିବେ କି ନାହିଁ ସ୍ପଷ୍ଟ ହେବ। ବରିଷ୍ଠ ବିଜେପି ନେତା ତଥା ଆଡଭୋକେଟ୍ ଅଶ୍ୱିନୀ କୁମାର ଉପାଧେୟଙ୍କ ଅଭିଯୋଗକୁ ଭିତ୍ତିକରି ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର ଏ ସମ୍ପର୍କରେ ଏକ ୩ଜଣିଆ ପ୍ୟାନେଲ୍ ଗଠନ କରିଛନ୍ତି।

ଏହି ପ୍ୟାନେଲରେ ଓଡ଼ିଶା ହାଇକୋର୍ଟର ଆଡଭୋକେଟ୍ ଦେବୀ ପ୍ରସାଦ ଧଳ, ହିମାଚଳ ପ୍ରଦେଶର ବିସି ଠାକୁର୍ ଓ ଗୁଜୁରାଟର ଆର୍‌ପି ଶାହା ସଦସ୍ୟ ଅଛନ୍ତି।

Comment