ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜିଲ୍ଲା ଗଞ୍ଜାମରୁ ନିଶ୍ଚିହ୍ନ ହୋଇଗଲା କଂଗ୍ରେସ। ଏହି ଜିଲ୍ଲାରୁ ଜିଲ୍ଲା ସଭାପତିଙ୍କ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ମହିଳା ସଭାନେତ୍ରୀ, ଛାତ୍ର ସଭାପତି ଏବଂ ପିସିସି ସାଧାରଣ ସମ୍ପାଦକ ଇସ୍ତଫା ଦେଇଛନ୍ତି। ଏହି ଜିଲ୍ଲାରେ କଂଗ୍ରେସ ଭଳି ଏକ ଜାତୀୟ ଦଳ ସତ୍ତା ହରାଇଲା ବୋଲି ଚର୍ଚ୍ଚା ହେଉଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ପିସିସି ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସଂଜିତ ପାଣିଗ୍ରାହୀ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ତାପସ ସାହୁ ଏବଂ ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ପ୍ରକାଶ ବିଷୋୟୀ ଇସ୍ତଫା ଦେଇଛନ୍ତି।

ଏମାନେ ଏପ୍ରିଲ ୪ ତାରିଖରେ ବିଜେଡି ଯୋଗଦେବେ। ଏପ୍ରିଲ ୪ ତାରିଖରେ ବ୍ରହ୍ମପୁରରେ ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ଏହି ମିଶ୍ରଣ ପର୍ବରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ଏହି ଛାମୁଆ ନେତାମାନେ ବିଜେଡିରେ ମିଶିବେ।

ଗତ ୪ ଦିନ ତଳେ ଚନ୍ଦ୍ରଶେଖର ଏବଂ ଅନ୍ୟମାନେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ଯାହା ଆଜି ବାସ୍ତବ ରୂପ ନେଇଛି।

Comment