(ଓଡ଼ିଶାଲାଇଭ୍‌ ବ୍ୟୁରୋ)

  • ସ୍ୱତନ୍ତ୍ର ରିଲିଫ୍‌ କମିଶନର ପଠାଇଲେ ଗାଇଡଲାଇନ୍‌
  • ପ୍ରକୃତ ଚାଷୀଙ୍କୁ ମିଳିବ ଇନ୍‌ପୁଟ ସବ୍‌ସିଡି
  • ସର୍‌ଜମିନ୍‌ ତଦନ୍ତରେ ଚିହ୍ନଟ ହେବେ ପ୍ରକୃତ ଚାଷୀ
  • ଆକାଉଣ୍ଟ ଜରିଆରେ ଦିଆଯିବ ସବ୍‌ସିଡି ଟଙ୍କା

ଚକଡ଼ା ପୋକ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବା ପାଇଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏହି ଗାଇଡଲାଇନ୍‌କୁ ଜିଲ୍ଲାପାଳଙ୍କ ଅଫିସ୍‌କୁ ପଠାଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର।

ଗଇଡଲାଇନ୍‌ରେ ଉଲ୍ଲେଖ ଅଛି ଯେ, ପ୍ରକୃତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି। ଏହାସହ ଭାଗଚାଷୀ ଏବଂ ଲିଜ୍‌ରେ ଚାଷ କରୁଥିବା ଚାଷୀଙ୍କୁ ମିଳିବ କ୍ଷତିପୂରଣ। ସରଜମିନ ତଦନ୍ତରେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରାଯାଇ ସବ୍‌ସିଡି ଦିଆଯିବ। ଜଙ୍ଗଲଜମି ଅଧିକାର ଆଇନ୍‌ ଅନ୍ତର୍ଭୁକ୍ତ ଚାଷୀଙ୍କୁ ବି ମିଳିବ ସବ୍‌ସିଡି। ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସବ୍‌ସିଡ୍‌ ଦେବା ପାଇଁ ନିଷ୍ପତ୍ତି ହୋଇଛି।

୬ ତାରିଖରେ ଚକାଡ଼ା ପୋକ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସଚିବାଳୟରେ ବସିଥିଲା କୃଷି କ୍ୟାବିନେଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହାୟତା ପ୍ରଦାନ ପାଇଁ ହୋଇଥିଲା ନିଷ୍ପତ୍ତି।

ଜଳସେଚିତ ଅଞ୍ଚଳର ଚାଷୀଙ୍କୁ ହେକ୍ଟର ପିଛା ୧୩,୫୦୦ ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଥିବା ବେଳେ ଅଣଜଳସେଚିତ ଅଞ୍ଚଳ ଚାଷୀଙ୍କୁ ୬, ୮୦୦ ଟଙ୍କା ମିଳିବ ବୋଲି ସରକାର କହିଥିଲେ। ସାର ଓ କୀଟନାଶକ ବାବଦରେ ୭୫ ପ୍ରତିଶତ ରିହାତି ମିଳିବ ବୋଲି ସରକାର କହିଥିଲେ। ଏହାସହ କୀଟନାଶକ ସାର ପାଇଁ ସରକାର ସବ୍‌ସିଡି ପ୍ରଦାନ କରିବେ ବୋଲି କହିଥିଲେ। ତେବେ ସରକାରୀ ସହାୟତା କାହାକୁ ଦିଆଯିବ ତାକୁ ନେଇ ଭାଳେଣି ପଡ଼ିଥିଲା। ପ୍ରକୃତ ଚାଷୀଙ୍କୁ ସହାୟତା ମିଳିବ କି ନାହିଁ ଦ୍ୱନ୍ଦ୍ୱ ଦେଖାଦେଇଥିଲା।

 

 

Comment