(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ବିଶାଖାପାଟଣା: ଦକ୍ଷିଣ ଭାରତର ପ୍ରସିଦ୍ଧ ସିମାଞ୍ଚଳ ମନ୍ଦିର ପ୍ରସାଦରେ ପୋକ ସାଲୁବାଲୁ। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଏଠାକାର ପ୍ରସିଦ୍ଧ ଭୋଗ ଲଡୁ, ପୁଳିହୋରା(ଖଟା ଭାତ)ର ମାନ ହ୍ରାସ ପାଉଥିବା ନେଇ ଶ୍ରଦ୍ଧାଳୁ ମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ପ୍ରସାଦ ବିକ୍ରି ପାଇଁ ମନ୍ଦିର ନିକଟରେ ସ୍ୱତନ୍ତ୍ର ପ୍ରସାଦ ବିକ୍ରୟ କେନ୍ଦ୍ର ରହିଛିକିନ୍ତୁ ଏଠାରେ ବିକ୍ରି ହେଉଥିବା ଲଡୁ ପୁଳିହୋରାରେ ପୋକ ଅସରପା ବାହାରୁଥିବା ଦେଖିବାକୁ ମିଳିଛି। କିଛିଦିନ ଧରି ଭୋଗରୁ ଏଭଳି ପୋକ ବାହାରୁଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନାହିଁ। ଏହାକୁ ଗୁଜବ କହି ମନ୍ଦିର ପ୍ରଶାସନ ଏଡାଇ ଦେଉଥିବା ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି।

ଗତ ବର୍ଷ ପୂର୍ବେ ମନ୍ଦିର ପରିସରରେ ପାନ ଛେପ ପଡ଼ି ଅପରିସ୍କାର ହେଉଥିଲା। କିଛି ମାଦକଦ୍ରବ୍ୟର ବୋତଲ ମଧ୍ୟ ଏଠାରୁ ବାହାରିଥିଲେ ହେଁ ସେତେବେଳେ ବି ମନ୍ଦିର ପ୍ରଶାସନ ଏହାକୁ କୌଣସି ବିରୋଧୀଙ୍କ କାର୍ଯ୍ୟ କହି ଏଡେ଼ଇ ଦେଇଥିଲେ। ବର୍ତ୍ତମାନ ମନ୍ଦିରରେ ପ୍ରସାଦ ପ୍ରସ୍ତୁତି ପାଇଁ ନୂତନ ରୋଷେଇ ଶାଳ ନିର୍ମାଣ ହୋଇଥିଲେ ସୁଦ୍ଧା ପୋକ ସାଲୁବାଲୁ ପ୍ରସାଦ କୁଆଡ଼ୁ ଆସୁଛି ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।ଏହି ଘଟଣାର ତଦନ୍ତ ପାଇଁ କିଛି ଭକ୍ତ ମନ୍ଦିର ପ୍ରଶାସନ ଜିଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି

ସମ୍ପର୍କରେ ମନ୍ଦିର ପ୍ରଶାସନର ଆର ଭି.ଏସ. ପ୍ରସାଦ କହିଛନ୍ତି, “ କିଛି ସ୍ୱାମୀ ଆୟାପ୍ପା ଭକ୍ତ ସେମାନଙ୍କ ପୁଳିହୋରାରେ ଅସରପା ବାହାରିବା ଅଭିଯୋଗ କରିଛନ୍ତିଏଣୁ ମନ୍ଦିର ପ୍ରଶାସନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ତଦନ୍ତ ପରେ ସବୁ ଜଣାପଡ଼ିବ। ଯିଏ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ବିଶଶଖାପାଟଣାର ସବୁଜ ସୁନ୍ଦର ସିମାଞ୍ଚଳ ପାହାଡ ଉପରେ ରହିଛି ଏହି ପ୍ରସିଦ୍ଧ ମନ୍ଦିର। ଏଠାରେ ପ୍ରଭୁ ବିଷ୍ଣୁ ଶ୍ରୀ ବରାହ ଲକ୍ଷ୍ମୀ ନୃସିଂହ ନାଥ ରୂପେ ପୂଜା ପାଉଛନ୍ତି। ଏହି ମନ୍ଦିର ନବମ ଶତାବ୍ଦୀରେ ନିର୍ମାଣ ହୋଇଥିଲା। ତତ୍କାଳୀନ ଚାଲୁକ୍ୟ ବଂଶର ରାଜା କୁଳୋଚୁଙ୍ଗ ଏଠାରେ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ତେବେ ଓଡ଼ିଶାର ଗଙ୍ଗ ବଂଶର ରାଜା ନରସିଂହ ଦେବ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ କରିଥିଲେ। ରାଜା ନରସିଂହ ଦେବଙ୍କ ନାମ ଅନୁଯାୟୀ ଏହି ମନ୍ଦିରରେ ବିଷ୍ଣୁଙ୍କ ବରାହ ରୂପରେ ମୂତ୍ତି ସ୍ଥାପନା କରାଯାଇ ପୂଜା ଆରମ୍ଭ କରାଯାଇଥିଲା। ପରେ ଏହି ମନ୍ଦିର ୧୫୬୪ ମସିହାରେ ବିଜୟନଗରମର ତାଲୂବ ବଂଶର ରାଜାଙ୍କ ଅଧୀନକୁ ଆସିଥିଲା ୧୯୪୯ ମସିହାରେ ଏହି ମନ୍ଦିର ଆନ୍ଧ୍ରପ୍ରଦେଶ ସରକାର  ନିଜ ଅଧୀନକୁ ନେଇଥିଲେ ସିମାଞ୍ଚଳ ଦେବସ୍ଥାନ ବୋର୍ଡ ନିର୍ମାଣ କରିଥିଲେଏହି ମନ୍ଦିର ଓଡ଼ିଶାର ଚାଲୁକ୍ୟ, ଚୋଳ ବଂଶର ରାଜାଙ୍କ ଦ୍ୱାରା ନିର୍ମାଣ ହୋଇଥିବାରୁ ଏହି ମନ୍ଦିରର କାନ୍ଥ, ପାହାଚ ପିଲାର ଗୁଡିକରେ ଉପରୋକ୍ତ ରାଜ ବଂଶର ସଂସ୍କୃତିକୁ ଓଡ଼ିଆରେ ଲେଖାଯାଇଛି । ଏଠାକୁ ପ୍ରତିଦିନ ବହୁ ଓଡ଼ିଆ ଶ୍ରଦ୍ଧାଳୁ ଆସିଥାନ୍ତି।

Comment