ଓଡ଼ିଶାଲାଇଭ୍ ବ୍ୟୁରୋ
ବିଳମ୍ବରେ ହେଲେ ବି ରାଜ୍ୟ ସରକାରଙ୍କୁ ଚକଡା ପୋକ ଦମନ ଚିନ୍ତା ଘାରିଛି। ଚକଡା ସମେତ କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ କେନ୍ଦ୍ର ସହାୟତା ଲୋଡ଼ିଛି।
ବିଭିନ୍ନ ଆଡୁ ସମାଲୋଚନା ହେବା ପରେ ରାଜ୍ୟ ସରକାରଙ୍କୁ ଚକଡା ପୋକ ଚିନ୍ତା ଘାରିଛି। ଶେଷରେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛି ରାଜ୍ୟ। କୃଷି କ୍ଷେତ୍ରର ବିକାଶ ସମେତ ଚକଡା ପୋକର ଆକ୍ରମଣ ଯେମିତି ନହେବ ସେନେଇ କେନ୍ଦ୍ରକୁ ସହାୟତା ମାଗିଛି ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ। ଓୟୁଏଟି ଭଳି ସଂସ୍ଥାଠାରୁ ମଧ୍ୟ ରାଜ୍ୟ ସହାୟତା ମାଗିଛି।
ଚକଡା ପୋକକୁ ନେଇ ରାଜ୍ୟ ସରକାର ବିରୋଧୀଙ୍କ ଟାର୍ଗଟେରେ ରହିଥିଲେ। ବିଳମ୍ବରେ ହେଲେ ବି ରାଜ୍ୟ ସରକାର କୃଷିର ବିକାଶ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ମଧ୍ୟବର୍ତ୍ତିକାଳୀନ ନିରାକରଣ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେଇଛି।
ଓଡ଼ିଶାରେ ଆଞ୍ଚଳିକ କୀଟନାଶକ ମାନ ପରୀକ୍ଷଣ କେନ୍ଦ୍ର ସ୍ଥାପନ, କ୍ରପ ପେଷ୍ଟ ସରଭେଲାନ୍ସ ଭଳି ସହାୟତା ପାଇଁ କୃଷି ବିଭାଗକୁ ୭୮୫ କୋଟି ୫୦ ଲକ୍ଷ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ ୫୯୪ କୋଟ ୯୬ ଲକ୍ଷ, ଜଳସମ୍ପଦ ବିଭାଗକୁ ୩୨୦ କୋଟି, ଓୟୁଏଟିକୁ ୫ କୋଟି ୪୦ ଲକ୍ଷ, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍ ପାଇଁ ୭ କୋଟି ୮୯ ଲକ୍ଷ ଟଙ୍କା ପ୍ରଦାନ ପାଇଁ କେନ୍ଦ୍ର ପାଖରେ ଦାବି କରିଛି ରାଜ୍ୟ।
କେନ୍ଦ୍ର କୃଷିମନ୍ତ୍ରୀ ଆଣିଥିବା ଅଭିଯୋଗକୁ କୃଷି ବିଭାଗ ଏଡ଼ାଇ ଦେଇଛି। ଚକଡା ପୋକ ଆକ୍ରମଣ ନେଇ ସିଆର୍ଆର୍ଆଇ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନଥିଲା ବୋଲି କୃଷିବିଭାଗ କହିଛି।








ବିଳମ୍ବରେ ହେଲେ ବି ରାଜ୍ୟ ସରକାରଙ୍କୁ ଚକଡା ପୋକ ଦମନ ଚିନ୍ତା ଘାରିଛି। ଚକଡା ସମେତ କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ କେନ୍ଦ୍ର ସହାୟତା ଲୋଡ଼ିଛି।









