ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦାୟ ନେବାକୁ ଯାଉଛି ୨୦୧୭। ୨୦୧୮କୁ ସ୍ୱାଗତ କରିବା ପାଇଁ ସାରା ବିଶ୍ୱ ଅପେକ୍ଷା କରିଛି। ଏହି ଅବସରରେ ଟିମ୍‌ ଇଣ୍ଡିଆର କିଛି ଖେଳାଳିମାନେ ମଧ୍ୟ ନିଜ ସ୍ତ୍ରୀଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯାଇଛନ୍ତି। ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଆହୁରି ୩ ଦିନ ବାକି ଥିବା ବେଳେ ଏମାନେ କେପ୍‌ଟାଉନରେ ମଉଜ କରୁଛନ୍ତି।

ଦକ୍ଷିଣ ଆଫ୍ରିକା ସହ ଟିମ୍‌ ଇଣ୍ଡିଆ ଖେଳିବ ଟେଷ୍ଟ ସିରିଜ୍। ୫ ଜାନୁଆରୀରୁ ଆରମ୍ଭ ହେବ ଟେଷ୍ଟ ସିରିଜ୍‌। ଏଥିପାଇଁ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ରେ ପହଞ୍ଚିଛନ୍ତି। ମୁମ୍ବାଇରୁ ଏକା ସାଙ୍ଗରେ ଦକ୍ଷିଣ ଆଫ୍ରିକା ଅଭିମୁଖେ ବାହାରିଥିବା ଖେଳାଳିମାନେ ସେମାନଙ୍କ ପରିବାରକୁ ବି ସାଙ୍ଗରେ ନେଇଛନ୍ତି। ଏବେ ସେମାନେ ପରିବାର ସହ କେପ୍‌ଟାଉନ୍‌ରେ ମଉଜ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ତଥା ହିଟ୍‌ମ୍ୟାନ୍ ରୋହିତ ଶର୍ମା ତାଙ୍କ ସ୍ତ୍ରୀ ରିତିକାଙ୍କୁ ସାଙ୍ଗରେ ନେଇ କେପ୍‌ଟାଉନ୍‌ ଯାଇଛନ୍ତି। ସେ କେପ୍‌ଟାଉନ୍‌ରେ ସ୍ତ୍ରୀଙ୍କ ସହ ବୁଲୁଥିବାର ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ହୋଇଛି।  ଏପଟେ ଅନ୍ୟତମ ଦ୍ରୁତ ଖେଳାଳି ଉମେଶ ଯାଦବ ମଧ୍ୟ ସ୍ତ୍ରୀ ତାନ୍ୟାଙ୍କ ସହ ମଉଜ କରୁଛନ୍ତି।

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିବେ। ଏହି ସିରିଜରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି। ସେ ମଧ୍ୟ କେପ୍‌ଟାଉନରେ ମଉଜ କରିଥିବା ଆଲୋଚନା ହେଉଛି।

ସେହିପରି ନୂଆକରି ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବିରାଟ – ଅନୁଷ୍କା ମଧ୍ୟ ମୁମ୍ବାଇ ରିସେପସନ୍‌ ଶେଷ କରି ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାଇଛନ୍ତି। ଗୁରୁବାର ଉଭୟ ସେଲିବ୍ରିଟି ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲେ। ମ୍ୟାଚ ଖେଳିବା ସହ ଅନୁଷ୍କାଙ୍କ ସହ ଦକ୍ଷିଣ ଆଫ୍ରିକାରେ ବିରାଟ ମଉଜ କରିବେ।

Comment