ଓଡ଼ିଶାଲାଇଭ୍ ବ୍ୟୁରୋ

- ବେଆଇନ୍ ହୋର୍ଡିଂ ଉପରେ କଟକଣା ଜାରି କଲା ବିଏମ୍ସି
- ବିଭିନ୍ନ ସ୍ଥାନରୁ ହୋର୍ଡିଂ ଉଚ୍ଛେଦ କଲେ ବିଏମ୍ସି ଅଧିକାରୀ
ବେଆଇନ ହୋର୍ଡିଂ, ବ୍ୟାନର ଓ ପୋଷ୍ଟର ଉପରେ ଅଙ୍କୁଶ ଲଗାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ୫୦୦ରୁ ଅଧିକ ହୋର୍ଡିଂକୁ ଉଚ୍ଛେଦ କରାଯାଇଛି। ହୋର୍ଡିଂ ଉଚ୍ଛେଦ ପାଇଁ ବିଏମ୍ସି କର୍ତ୍ତୃପକ୍ଷ ବିଭିନ୍ନ ରାଜନୈତିକ ଦଳଙ୍କ ସହଯୋଗ ଲୋଡିଥିଲା। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍(ବିଡ଼ିଏ) ଓ ବିଏମ୍ସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ବିଭିନ୍ନ ରାଜନୈତିକ ଦଳର ବେଆଇନ ହୋର୍ଡିଂ ସହ ବହୁ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଓ ରାଜନେତାଙ୍କ ହୋର୍ଡିଂ ବାହାର କରିଦେଇଛି।
ମାଷ୍ଟରକ୍ୟାଣ୍ଟିନ୍-ରାଜମହଲ ଛକ, ରାଜମହଲ ଛକ-କଳ୍ପନା, ବିମାନବନ୍ଦର- ଶିଶୁଭବନ ଛକ, ଶିଶୁଭବନ ଛକ-କ୍ୟାପିଟାଲ୍ ହସ୍ପିଟାଲ, ଏଜି ଛକ-ରବୀନ୍ଦ୍ର ମଣ୍ଡପ ଛକ ରାସ୍ତାରେ ଲାଗିଥିବା ହୋର୍ଡିଂଗୁଡ଼ିକୁ ଉଚ୍ଛେଦ କରାଯାଇଛି। ଭୁବନେଶ୍ୱରର ବହୁ ଗୁରୁ୍ତ୍ୱପୂର୍ଣ୍ଣ ରାସ୍ତାକୁ ବିଏମ୍ସି ନୋ ହୋଡିଂ ଜୋନ୍ ଭାବେ ଘୋଷଣା କରିଛି।


















