ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖେଇ ଆସୁଛି ଗଣତନ୍ତ୍ର ଦିବସ। ଏହା ପୂର୍ବରୁ ବିଭିନ୍ନ ଅନଲାଇନ୍ ସପିଂ ସାଇଟ୍ ପକ୍ଷରୁ ଆକର୍ଷଣୀୟ ଅଫର୍ ଘୋଷଣା କରାଯାଇଛି। ଆମାଜନଠାରୁ ଆରମ୍ଭ କରି ଫ୍ଲିପକାର୍ଟ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଅଫର୍ ଆଣିବାର ଯୋଜନା ରହିଛି।

ଫ୍ଲିପକାର୍ଟର ଗଣତନ୍ତ୍ର ଦିବସର ବିକ୍ରି ୨୧ରୁ ୨୩ ଜାନୁଆରୀ ପର୍ଯ୍ୟନ୍ତ ରହିଛି। ସେହିପରି ଆମାଜନ୍ ସେଲ୍ ୨୧ରୁ ୨୪ ଚାରି ଦିନ ରହିବ। ଏହି ସମୟ ମଧ୍ୟରେ କମ୍ପାନୀ ଖୁବ୍ ଆକର୍ଷଣୀୟ ଅଫର୍ ଗ୍ରାହକଙ୍କୁ ଯୋଗାଇ ଦେବାକୁ ଯାଉଛି।

ଲ୍ୟାପଟପ୍, ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ମୋବାଇଲ୍ ଉପକରଣଗୁଡିକ ଆପଣ ଖୁବ୍ କମ୍ ମୂଲ୍ୟରେ କିଣିପାରିବେ। ଅଫର୍ ଲାଗୁ ହେବା ପୂର୍ବରୁ ଫ୍ଲିପକାର୍ଟ ଅଫର୍ ବିଷୟରେ ଗ୍ରାହକଙ୍କୁ ସୂଚନା ଦେଇଛି।

ଫ୍ଲିପକାର୍ଟରେ ଗୁଗୁଲ ପିକ୍ସଲ-୨ ମୋବାଇଲ୍ ୪୮,୯୯୯ ମିଳିପାରିବ। ଏଥିରେ କ୍ୟାସବ୍ୟାକ୍ ଅଫର୍ ମଧ୍ୟ ଉପଲବ୍ଧ ରହିଛି। କ୍ୟାସବ୍ୟାକ୍ ମିଳିବା ଫଳରେ ଏହି ମୋବାଇଲ୍ ପ୍ରାୟ ୧୦ ହଜାର ଟଙ୍କା କମରେ ମିଳିପାରିବ।

ସେହିପରି ୩୨,୯୯୯ ଟଙ୍କାର ଜିଓମିର ଏମଆଇ ମିକ୍ସ-୨ ପାଇପାରିବେ ୨୯,୯୯୯ ଟଙ୍କାରେ । ଓପୋ ଏଫ୍-୩ର ମୂଲ୍ୟ ୧୧,୯୯୯ ଟଙ୍କା ରହିଥିବାବେଳେ ଭିଭୋ ଭି-୭ ମୋବାଇଲ ୧୬,୯୯୯ ଟଙ୍କାରେ କିଣିପାରିବେ।

୧୬ ଜିବି ରାମ୍ ବିଶିଷ୍ଟ ସ୍ୟାମସଙ୍ଗ୍ ଗାଲାକ୍ସି ଅନ୍ ନେକ୍ସ୍ଟ ମାତ୍ର ୯,୯୯୯ ଟଙ୍କାରେ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଲିନୋଭୋ କେ-୮ ପ୍ଲସ୍ ୮,୯୯୯ ମିଳିପାରିବ।

Comment