ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରେ ଆରମ୍ଭ ହୋଇଛି ଖଣ୍ଡଗିରି-ଉଦୟଗିରି  ମହୋତ୍ସବ। ଗୁରୁବାର ଆରମ୍ଭ ହୋଇଥିବା ଏହି ମହୋତ୍ସବ ୪ ଦିନ ଧରି ଚାଲିବ। ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

ଭାରତର ପ୍ରାଚୀନ ଐତିହ୍ୟରେ ଖଣ୍ଡଗିରି-ଉଦୟଗିରିର ସ୍ଥାନ ସ୍ୱତନ୍ତ୍ର। ଏକଦା ଏହା ଖାରବେଳଙ୍କ ସାମ୍ରାଜ୍ୟର ଏକ ସ୍ୱତନ୍ତ୍ର ଅଙ୍ଗ ଥିଲା ବୋଲି କୁହାଯାଏ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଏହି ସାଂସ୍କୃତିକ ମହୋତ୍ସବକୁ ଉଦଘାଟନ କରି ମୁଁ ଖୁସି। ଓଡ଼ିଶାର କଳା, ସଂସ୍କୃତିକୁ ଆଗକୁ ନେବା ପାଇଁ ଆଗାମୀ ଦିନରେ ଉଦ୍ୟମ କରାଯିବ।”

ଗୀତ, ନାଚ, କଳା, ହସ୍ତଶିଳ୍ପ ଓ ଖାଦ୍ୟର ସମ୍ଭାରକୁ ନେଇ ଏହି ମହୋତ୍ସବ ଆଧାରିତ।

ଖଣ୍ଡଗିରିର ପାଦଦେଶରେ ବ୍ୟାଖ୍ୟାନ କେନ୍ଦ୍ରରେ ଆରମ୍ଭ ହେଇଥିବା ଏହି ମହୋତ୍ସବରେ ପ୍ରବଳ ଜନସମାଗମ ଦେଖାଦେଇଛି।  ଜନରାଜ୍ୟ ଦିବସ ଅବସରରେ ବାଲୁକାକଳା ପ୍ରଦର୍ଶନ ହେବା ସହ  ଓଡ଼ିଶାର ଚିତ୍ରଶିଳ୍ପ, ହସ୍ତଶିଳ୍ପ, ହସ୍ତକଳା ଆଦିକୁ ସ୍ଥାନିତ କରାଯାଇଛି।

ମହୋତ୍ସବ ମଞ୍ଚରେ ପ୍ରତିଦିନ ଦର୍ଶକମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ। ମାଘ ସପ୍ତମୀରୁ ପ୍ରତିବର୍ଷ ଖଣ୍ଡଗିରି ମେଳା ଆରମ୍ଭ ହୋଇଥାଏ।

“ଖାରବେଳଙ୍କୁ ସ୍ମୃତିକୁ ମନେ ପକାଇବା ପାଇଁ ଉହି ମହୋତ୍ସବ ଆୟୋଜନ କରାଯାଉଛି। ଓଡ଼ିଶାର କଳା ଓ ସଂସ୍କୃତିକୁ ଉଜ୍ଜୀବୀତ ରଖିବା ପାଇଁ ଏହି ମହୋତ୍ସବ ପ୍ରମୁଖ ଭୂମିକା ଗ୍ରହଣ କରୁଛି”, କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

Comment