ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୭-୧୮ ବର୍ଷ ପାଇଁ ଆର୍ଥିକ ବଜେଟ୍ ଲୋକସଭାରେ ଉପସ୍ଥାପନ ହୋଇଛି। ପଞ୍ଚମଥର ଥର ପାଇଁ ବଜେଟ୍ ଉପସ୍ଥାପନ କରୁଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କୃଷକଙ୍କ ପାଇଁ ଘୋଷଣା କରିଛନ୍ତି ଅନେକ କିଛି ଯୋଜନା।

ଚାରିବର୍ଷ ପୂର୍ବରୁ ଦେଶରୁ ଗରିବି ହଟାଇବା ପାଇଁ ବିଜେପି ସରକାରକୁ ଆସିଥିଲା। ବିଗତ ବର୍ଷରୁ ଚାଲିଥିବା ଅର୍ଥନୈତିକ ସଂସ୍କାରର ଏବେ ସୁଫଳ ମିଳୁଛି। ଭାରତ ଏବେ ଦ୍ରୁତତମ ଅର୍ଥନୀତି ପାଲଟିଛି। ଆମ ସରକାର ଆସିବା ପରେ ଭାରତ ଅର୍ଥନୀତି ଆଗଉଛି ବୋଲି କହିଛନ୍ତି ସଂସଦରେ ବଜେଟ୍ ଉପସ୍ଥାପନ କରି ଏହା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

ଜିଏସଟି ଲାଗୁ ହେବା ପରେ ଏହା ପ୍ରଥମ ବଜେଟ୍ ହୋଇଥିବାରୁ ଏହା ଉପରେ ମତ ରଖି ଜେଟଲି କହିଛନ୍ତି, ‘ଜିଏସଟି ସରଳ ହୋଇଛି, ଏହାଯୋଗୁ ଲୋକଙ୍କୁ ଲାଭ ମିଳୁଛି।

ଚଳିତ ବଜେଟ୍ କୃଷି ଓ ଗ୍ରାମ ଉନ୍ନୟନ ଉପରେ ଗୁରୁତ୍ବ ଦିଆଯାଇଛି। ଶିକ୍ଷା ବ୍ୟବସ୍ଥାକୁ ଅଧକ ସୁଦୃଢ କରିବା ପାଇଁ ଯୋଜନା କରାଯାଇଛି। ଜିଡିପି ୬.୨ ପ୍ରତିଶତ, ଆଗକୁ ଏହା ୭ ରୁ ୭.୫ ବୃଦ୍ଧିର ଆଶା ରହିଛି। ଉଜ୍ଜଳା ଯୋଜନାରେ ଲୋକଙ୍କୁ ମାଗଣା ଗ୍ୟାସ୍ ମିଳୁଛି।

ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣା ହେବାକୁ ଲକ୍ଷ୍ୟ ରହିଛି। ଆଜି ଦେଶର କୃଷି ଉତ୍ପାଦନ ରେକର୍ଡ ସ୍ତରରେ ପହଞ୍ଚିଛି। ଫସଲର ନ୍ୟୁନତମ ମୂଲ୍ୟ ଦେଢଗୁଣା ବଢିବ। ୪ ବର୍ଷରେ ଟ୍ୟାକ୍ସ ଦେଉଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଗାଁ ର ବିକାଶ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି କହିଛନ୍ତି ଜେଟଲୀ। ଏବେ ୨-୩ ଦିନରେ ପାସପୋର୍ଟ ଘରେ ବସି ପାଇପାରିବେ।

ଆମ ସରକାରରେ ଭ୍ରଷ୍ଟାଚାର କମିଛି ବୋଲି କହିଛନ୍ତି ଜେଟଲୀ। ସମସ୍ତ ଖରିଫ୍ ଫସଲର ଏମଏସପି ଦୁଇଗଣା ହେବ। ଏହାର ଲାଭ ଚାଷୀ ଯେମିତି ପାଇବେ ସେଥିପ୍ରତି ଧ୍ୟାନ ଦିଆଯିବ। ସ୍ମୁଲ, ଡାକ୍ତରଖାନା ଓ ପ୍ରତି ଗାଁ କୁ ସଡକ ଯୋଗାଇ ଦିଆଯିବ।  କୃଷି ମାର୍କଟେ୍, ଗାଁ ଉନ୍ନତି ପାଇଁ ୨ ହଜାର କୋଟି ଟଙ୍କା ମଞ୍ଜରି ଦିଆଯାଇଛି।

ସୌଭାଗ୍ୟ ଯୋଜନାରେ ୪ କୋଟି ଘରକୁ ବିଜୁଳି ସଂଯୋଗ ଦିଆଯାଇଛି। ଦେଶରେ ୨୭୫ ମିଲିୟନ ଟନ୍ ଗହମ ଅମଳ ହୋଇଛି। ଦେଶରେ ଆଳୁ ଓ ପିଆଜ ଅମଳ ବୃଦ୍ଧି କରାଯିବ। ପଶୁ ଓ ମସ ସମ୍ପଦ ଚାଷୀଙ୍କ ପାଇଁ କିଷାନ୍ କ୍ରେଡିଟ୍ କାର୍ଡ। ୧୪୦୦କୋଟି ଟଙ୍କାର କୃଷି ସମ୍ପଦା ଯୋଜନାର ଶୁଭାରମ୍ଭ କରାଯାଇଛି ଚଳିତ ବଜେଟରେ। ୮ କୋଟି ମହିଳାଙ୍କୁ ଉଜ୍ଜ୍ବଳା ଯୋଜନା ଅନ୍ତର୍ଗତ ଗ୍ୟାସ୍ କନେକସନ୍ ଯୋଗାଇ ଦିଆଯାଇଛି।

ସରକାରଙ୍କ ସାଙ୍ଗଠନିକ ସଂସ୍କାର ଯୋଗୁଁ ଦୀର୍ଘ ଏବଂ ସ୍ୱଳ୍ପକାଳୀନ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି। ଖୁବଶୀଘ୍ର ଭାରତ ବିଶ୍ୱରେ ୫ମ ବୃହତ୍ ଅର୍ଥନୀତିରେ ପରିଣତ ହେବ। ୨୦୧୪ ଠାରୁ ପ୍ରଥମ ତିନି ବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ୭.୫ ପ୍ରତିଶତ ବୃଦ୍ଧି ପାଇଥିଲା। ଏବେ ଏହା ୨. ୫ ଟ୍ରିଲିଅନ୍ ଡଲାର୍ ଅର୍ଥନୀତି ହୋଇ ପାରିଛି।

କୃଷକଙ୍କ ପାଇଁ କ’ଣ ରହିଛି

କୃଷକଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି ଜେଟଲି। ଦେଶର ୪୦ପ୍ରତିଶତ ଜନତାଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ ବୀମା ଘୋଷଣା କଲେ ଜେଲଟି। ଆୟୁଷ୍ମାନ ଯୋଜନାରେ ମିଳିବ ସ୍ୱାସ୍ଥ୍ୟ ବୀମା। ୧୦କୋଟି ଗରିବ ପରିବାରକୁ ହସ୍ପିଟାଲ ଖର୍ଚ୍ଚ ଦିଆଯିବ। ଯକ୍ଷ୍ମା ରୋଗୀଙ୍କୁ ମାସିକ ମିଳିବ ୫ଶହ ଟଙ୍କା।

ଆଦିବାସୀ ପିଲାଙ୍କ ପାଇଁ ଏକଲବ୍ୟ ମଡେଲ ସ୍କୁଲ ତିଆରି ହେବ। ଏକ ଲକ୍ଷ ଡିଜିଟାଲ ସ୍କୁଲ ମାଧ୍ୟମରେ ଶିକ୍ଷକଙ୍କୁ ଦିଆଯିବ ଟ୍ରେନିଂ। ୨୦ ଲକ୍ଷ ପିଲାଙ୍କୁ ସ୍କୁଲ ପଠାଇବାର ଲକ୍ଷ୍ୟ ରହିଛି।

ଜିଏସଟି ଲାଗୁ ପରେ ଟିକସ ଆଦାୟ ବଢିଛି। ଭାରତ ବିଶ୍ୱର ପଞ୍ଚମ ବଡ ଅର୍ଥ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ବିଦେଶୀ ପୁଞ୍ଜି ନିବେଶ ବଢିଛି। ଦେଶରେ ନଗଦ କାରବାର କମିଛି। ପଶୁ ଓ ମାଛ ଚାଷ ପାଇଁ ମିଳିବ କିଶାନ କ୍ରେଡ଼ିଟ୍ କାର୍ଡ଼, ବାୟୁ ପ୍ରଦୂଷଣ ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା ୧୧ଲକ୍ଷ କୋଟି ଟଙ୍କାର କୃଷି ଋଣ। ଦିଲ୍ଲୀ ଓ ଏନସିଆର ଅଂଚଳରେ ପ୍ରଦୂଷଣ ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା।

ନୂଆ ଗ୍ରାମୀଣ ବଜାର ଖୋଲାଯିବ। ବାଉଁଶ ମିଶନ ପାଇଁ ୧୨୯୦ କୋଟି ଟଙ୍କା। ଦୁଇଟି ପାଣ୍ଠି ଗଠନ କରାଯାଇ ଟଙ୍କା ଖର୍ଚ୍ଚ କରାଯିବ । ୮କୋଟି ଗରିବଙ୍କ ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ ସଂଯୋଗ। ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କୁ ଘର ଦେବାକୁ ଘୋଷଣା। ୪କୋଟି ମହିଳାଙ୍କୁ ମିଳିବ ବିଦ୍ୟୁତ ସଂଯୋଗ। ପିଏମ ଆବାସ ଯୋଜନାରେ ଦିଆଯିବ ଗରିବଙ୍କୁ ଘର।

 ସ୍ୱାସ୍ଥ୍ୟ ପାଇଁ କ’ଣ ରହିଛି

ବଜେଟରେ ସ୍ୱାସ୍ଥ୍ୟସେବା ଉପରେ ସରକାରଙ୍କ ଗୁରୁତ୍ଵ ଦେଇଛନ୍ତି। ଗଠନ ହେବ ହେଲଥ ୱେଲନେସ କେନ୍ଦ୍ର। ଏଥିପାଇଁ ୧୨ଶହ କୋଟି ପାଣ୍ଠି। ୧.୫ ଲକ୍ଷ୍ୟ ଆରୋଗ୍ୟ କେନ୍ଦ୍ର ଖୋଲାଯିବ।

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଅଧିକ କ୍ରିୟାଶୀଳ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ଯୋଜନାକୁ ସମ୍ପ୍ରସାରଣ କରାଯାଇଛି। ଏଥିପାଇଁ ବଜେଟ୍‍ ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ଯୋଗ୍ୟ ପରିବାରକୁ ୫ ଲକ୍ଷ ଟଙ୍କା ବୀମା ରାଶି ମିଳିବ।
ଏବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସରକାର ୩୦ ହଜାର ଟଙ୍କା ବୀମା ରାଶି ପ୍ରଦାନ କରୁଛନ୍ତି। ଏହାକୁ ୫ ଲକ୍ଷକୁ ବଢ଼ାଯାଇଛି। ଏହାଦ୍ୱାରା ୧୦ କୋଟି ପରିବାର ତଥା ୫୦ କୋଟି ଜନ ସାଧାରଣ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଜେଟ୍‍ଲୀ କହିଛନ୍ତି।
ଦେଶରେ ମେଡିକାଲ୍‍ ଶିକ୍ଷାକୁ ସମ୍ପ୍ରସାରଣ କରିବା ପାଇଁ ମଧ୍ୟ ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ୨୪ଟି ନୂଆ ମେଡିକାଲ୍‍ କଲେଜ୍‍ ଓ ହସ୍‍ପିଟାଲ୍‍ ପ୍ରତିଷ୍ଠା ହେବ। ଜିଲ୍ଲା ସ୍ତରରେ ଥିବା ମେଡିକାଲ୍‍କୁ ଏଥିପାଇଁ ବଛାଯିବ। ପ୍ରତି ତିନୋଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଗୋଟିଏ ମେଡିକାଲ୍‍ କଲେଜ୍‍ ଖୋଲିବା ପାଇଁ ସରକାର ଯୋଜନା ରଖିଛନ୍ତି ବୋଲି ଶ୍ରୀ ଜେଟ୍‍ଲୀ କହିଛନ୍ତି।

Comment