ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ଅପରାଜିତା ମହାନ୍ତି କଂଗ୍ରେସ ଛାଡ଼ିଛନ୍ତି। ସେ ବିଧିବଦ୍ଧ ଭାବେ ଦଳ ଛାଡ଼ିଥିବା ଗଣମାଧ୍ୟମକୁ କହିଛନ୍ତି। ତାଙ୍କର ଆଗାମୀ ପଦକ୍ଷେପ କ’ଣ ହେବ ସେ ସମ୍ପର୍କରେ ସେ କୌଣସି ସୂଚନା ଦେଇ ନାହାନ୍ତି।

ଅପରାଜିତା ଦଳ ଛାଡ଼ିବା ଘୋଷଣା କରିବା କଂଗ୍ରେସକୁ ବଡ଼ ଝଟକା ଲାଗିଛି।

୨୦୧୪ ଫେବ୍ରୁଆରି ୨୧ରେ ଅପରାଜିତା କଂଗ୍ରେସରେ ଯୋଗ ଦେଇଥିଲେ। କଟକ ଲୋକସଭା ଆସନରୁ ସାଂସଦ ଭାବେ ଲଢ଼ିଥିଲେ। ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କଠାରୁ ପରାଜିତ ହୋଇଥିଲେ। ଅପରାଜିତା କଂଗ୍ରେସରେ ରହିଥିଲେ ମଧ୍ୟ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନଥିଲା।

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ଅପରାଜିତା। ସେ ବହୁ ଫିଲ୍ମରେ ଲିଡ ରୋଲରେ ଅଭିନୟ କରିଛନ୍ତି।

ଅନରାଜିତା ଏବେ କେଉଁ ରାଜନୈତିକ ଦଳରେ ଯୋଗଦେବେ ସେ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ। ତେବେ ସେ ଖୁବ୍‌ଶିଘ୍ର ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ବିଜେପୁର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ବହୁ ଅଭିନେତା ଅଭିନେତ୍ରୀ ବିଜେପିରେ ସାମିଲ ହେଉଛନ୍ତି। ନିକଟରେ ମିହିର ଦାସ, ଅନୁ ଚୌଧୁରୀ ଏବଂ ମହାଶ୍ୱେତା ରାୟ ବିଜେପିରେ ସାମିଲ ହୋଇଛନ୍ତି।

Comment