ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଅନ୍ୟତମ ସଫଳ ଯୋଡ଼ି ଅକ୍ଷୟ କୁମାର ଏବଂ ଟୁଇଙ୍କିଲ୍ ଖାନ୍ନା ପାଳିଛନ୍ତି ଭାଲେଣ୍ଟାଇନ୍ସ ଡେ। ଏହି ସ୍ପେଶାଲ ଡେରେ ଅକ୍ଷୟ କୁମାର ତାଙ୍କ ସ୍ତ୍ରୀ ଟୁଇଙ୍କିଲ୍ ଖାନ୍ନାଙ୍କୁ ଦେଇଛନ୍ତି ଗିଫ୍ଟ।

ଭାଲେଣ୍ଟାଇନ୍ସସ ଡେ କୁ ଭରପୁର ଉପଭୋଗ କରିଛନ୍ତି ପ୍ରେମୀ ଯୁଗଳ। ଏଥିରୁ ବାଦ୍ ପଡ଼ି ନାହାନ୍ତି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର। ଭାଲେଣ୍ଟାଇନ୍ସ ଡେରେ ଅକ୍ଷୟ ତାଙ୍କ  ସ୍ତ୍ରୀ ଟ୍ବିଙ୍କିଲ ଖାନ୍ନା ଏବଂ ଝିଅ ନିତାରାଙ୍କୁ ଏମିତି ଗିଫ୍ଟ ଦେଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଲେଣ୍ଟାଇନ୍ସ ଡେରେ ଅକ୍ଷୟ କୁମାର ଦୁଇଟି ଫୁଲ ତୋଡ଼ା ଆଣିଥିଲେ। ଗୋଟିଏ ଟୁଇଙ୍କିଲ ଖାନ୍ନାଙ୍କୁ ଦେଇଥିବା ବେଳେ ଆଉ ଗୋଟିଏ ଝିଅ ନିତାରାଙ୍କୁ ଦେଇ ଭାଲେଣ୍ଟାଇନ୍ସ ୱିସ୍ କରିଥିଲେ। ହେଲେ ଏହି ଫଟୋକୁ ଟୁଇଙ୍କିଲ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହୋଇଛି।

ଅକ୍ଷୟ କୁମାର ଏବଂ ଟୁଇଙ୍କିଲ ଖାନ୍ନା ବଲିଉଡର ଚର୍ଚ୍ଚିତ ଚେହେରା। ଏହି ସେଲିବ୍ରିଟିଙ୍କ ପ୍ରେମ ଏବଂ ବାହାଘର ସବୁବେଳେ ଚର୍ଚ୍ଚାରେ ରହିଛି। ଏହି ସେଲିବ୍ରିଟିଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ପୁଅ ନାଁ ଆରବ ହୋଇଥିବା ବେଳେ ଝିଅ ନାଁ ହେଉଛି ନିତାରା।

ଅକ୍ଷୟ କୁମାର ଏବଂ ଟ୍ବିଙ୍କିଲ ଖାନ୍ନା ୨୦୦୧ରେ ବିବାହ କରିଥିଲେ। ସେ ୧୬ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି।

ଅକ୍ଷୟ କୁମାର ବଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଚାଲିଥିବା ବେଳେ ଟୁଇଙ୍କିଲ୍ ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି। ସେ ଏବେ ଇଣ୍ଟେରିଅର ଡିଜାଇନିଂ କାମ କରିବା ସହ କିଛି ପତ୍ରିକା ସହ ଜଡ଼ିତ ଅଛନ୍ତି।

Comment