ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଢାକାରୁ ଯାତ୍ରା ଆରମ୍ଭ କରିଥିଲା ବିମାନ
  • କାଠମାଣ୍ଡୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରସାମ୍ୟ ହରାଇଲା ବିମାନ
  • ବିମାନରେ ଥିଲେ ୬୮ ଯାତ୍ରୀ
  • ୧୩ ଉଦ୍ଧାର, ୫୫ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା

ନେପାଳ ରାଜଧାନୀ କାଠମାଣ୍ଡୁରେ ସୋମବାର ଦିନ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଠମାଣ୍ଡୁର ତ୍ରିଭୂବନ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ଦୁର୍ଘଟଣା ଘଟିଛି। ବିମାନରେ ମୋଟ ୬୮ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଯାତ୍ରୀମାନେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।

ବାଂଲାଦେଶ ଢାକାରୁ ଏସ୍‌୨ଏଜିୟୁ ବିମାନ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଥିଲା। କାଠମାଣ୍ଡୁର ତ୍ରିଭୂବନ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ବେଳେ ଭାରସାମ୍ୟ ହରାଇବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ବିମାନଟି ବାଂଲାଦେଶୀ ଏୟାରଲାଇନ୍ସର।

LEAVE A REPLY

Please enter your comment!
Please enter your name here