ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସସଭା ନିର୍ବାଚନ ପାଇଁ ମଙ୍ଗଳବାର ହୋଇଥିଲା ପ୍ରାର୍ଥିପତ୍ର ଯାଞ୍ଚ। ଯାଞ୍ଚ ପରେ ବିଜେଡିର ତିନି ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର କାଏମ ରହିଛି।

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ତିନି ଜଣ ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଡକ୍ଟର ଅଚ୍ୟୁତ ସାମନ୍ତ ବିଜେଡି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନାମାଙ୍କନ ଦାଖଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି।

ନାମାଙ୍କନ ଖାରଜ ହେବା ପରେ ସୁବାସ ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ନାଁରେ ଅଭିଯୋଗ କରିଛନ୍ତି।

ସୁବାସ କହିଛନ୍ତି, “ଅଚ୍ୟୁତଙ୍କ ନାଁରେ ଭୁବନେଶ୍ୱର ଓ କଲରାବାଙ୍କରେ ଦୁଇଟି ଭୋଟର ପରିଚୟପତ୍ର ରହିଛି। ଏଥିସହ ଅଚ୍ୟୁତଙ୍କ ନାଁରେ ୪ଟି ମାମଲା ଥିବା ବେଳେ ତାହା ସେ ସତ୍ୟପାଠରେ ଦର୍ଶାଇ ନାହାନ୍ତି।”

ଅଚ୍ୟୁତ ସାମନ୍ତ କହିଛନ୍ତି, “ସତ୍ୟପାଠରେ କୌଣସି ମିଥ୍ୟା ତଥ୍ୟ ନାହିଁ। ଏହା ସମ୍ପୂର୍ଣ୍ଣ ସତ୍ୟ। କଲାରାବାଙ୍କରୁ କେବେଠୁ ଭୋଟର ପରିଚୟପତ୍ର କଟି ଯାଇଛି।”

ମାର୍ଚ୍ଚ ୨୩ରେ ରାଜ୍ୟସଭା ଆସନ ପାଇଁ ଭୋଟ ହେଉଛି। ଓଡ଼ିଶାରୁ ଖାଲି ପଡ଼ିଥିବା ୩ଟି ଆସନ ପାଇଁ ଭୋଟ ହେବ। ଏଥିପାଇଁ ପ୍ରଶାନ୍ତ, ସୌମ୍ୟ ଏବଂ ଅଚ୍ୟୁତ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

1 COMMENT

  1. Very few persons have excelled in social work for Youth and Indigenous Children of our country/Odisha State as Samantababu has over the years since my association with KIIT/KISS and Odisha Power sector Reforms that I was part of since 1996. From 2005 onward till almost 2017 I have seen this young person “grow to grow” for others. He has his own style which naturally endears him to common persons. I have seen this with my own eyes. Becoming a Hon’ble Member of the Rajya Sabha empowers him even more today. He is a simply uncomplicated human being. I wish him all success in all his endeavors. Prof. Partho S. Sengupta….from Calcutta.

Comment