ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶା କଂଗ୍ରେସ ସଙ୍ଗଠନ କ୍ଷେତ୍ରରେ ବଡ଼ ପଦକ୍ଷେପ ନେଇଛନ୍ତି। ପିସିସି ପ୍ରଭାରି ପଦରୁ ବି କେ ହରିପ୍ରସାଦଙ୍କୁ ହଟାଇଛନ୍ତି। ହରିପ୍ରସାଦଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶା କଂଗ୍ରେସର ପ୍ରଭାରି ଭାବେ ନିଯୁକ୍ତି ଦେଇଛନ୍ତି।

ଜିତେନ୍ଦ୍ର ସିଂହ ଉପା ସରକାରରେ କ୍ରୀଡ଼ା ଓ ଯୁବ ସେବା ବିଭାଗର ମନ୍ତ୍ରୀ ରହିଥିଲେ। ଏହାସହ ସେ ରାଜସ୍ଥାନ ଅଲୱାରର ରାଜପୁତ ପରିବାରର ସଦସ୍ୟ ଭାବେ ଜଣାଶୁଣା। ଜଣେ ଦକ୍ଷ ସଙ୍ଗଠକ ଭାବେ ଜିତେନ୍ଦ୍ରଙ୍କର ଭଲ ସୁନାମ ରହିଛି।

“ବି କେ ହରିପ୍ରସାଦ ବହୁ ଦିନ ହେଲା ପିସିସି ପ୍ରଭାରି ରହିଥିଲେ। ଏଣୁ ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ହଟାଇଛନ୍ତି। ଜିତେନ୍ଦ୍ର ସିଂହଙ୍କୁ ନୂଆ ପ୍ରଭାରି ଭାବେ ଦାୟିତ୍ୱ ଦିଆଯାଇଥିବାରୁ ତାଙ୍କୁ ମୁଁ ସ୍ୱାଗତ କରୁଛି। ଜିତେନ୍ଦ୍ର ଜଣେ ଦକ୍ଷ ସଙ୍ଗଠକ ଏବଂ ପ୍ରାକ୍ଟିକାଲ ନେତା ହୋଇଥିବାରୁ ତାଙ୍କ ଦିଗଦର୍ଶନରେ ଓଡ଼ିଶାରେ କଂଗ୍ରେସ ସଙ୍ଗଠନ ମଜଭୁତ ହେବ”, କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ।

ବି କେ ହରିପ୍ରସାଦଙ୍କ ନେଇ କଂଗ୍ରେସର ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ରହିଥିଲେ। ତାଙ୍କୁ ହଟାଇବା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା। ହରିପ୍ରସାଦଙ୍କ ଅମଳରେ ଓଡ଼ିଶାରେ କଂଗ୍ରେସ ସଙ୍ଗଠନ ଦିଗହରା ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଗତ ଦିନରେ ହରିପ୍ରସାଦଙ୍କୁ ବିଭିନ୍ନ ସ୍ଥାନରେ ବିରୋଧର ସମ୍ମୁଖିନ ହେବାକୁ ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here