ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡରେ ଜଣାଶୁଣା ନାଁ ହେଉଛନ୍ତି ଜାନିବାବୁ। ଅଭିନୟ ପ୍ରତି ରୁଚି ଏବଂ ପ୍ରଚେଷ୍ଟା ବଳରେ ସେ ଓଲିଉଡ ଜଗତରେ ଜଣେ ଯୁବ ଅଭିନେତାର ପରିଚୟ ପାଇଛନ୍ତି। ନିଜ ଉଦ୍ୟମ ବଳରେ ଆଲବମ୍‌ ଜଗତରୁ ବଡ଼ ପରଦାକୁ ଆସିବାର ସୁଯୋଗ ପାଇଛନ୍ତି ଏହି ଅଭିନେତା।

କଟକ ଜିଲ୍ଲା ଫୁଲନଖରା ନିକଟସ୍ଥ ବ୍ରାହ୍ମଣଝରିଲୋ ଗ୍ରାମର ୧୯୯୦ ଏପ୍ରିଲ ୧ରେ ଜନ୍ମ ହୋଇଥିଲେ ଜାନି। ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ରହିଥିଲା ବେଶ୍ ଆଗ୍ରହ। ସ୍କୁଲରେ ପଢ଼ିବା ବେଳୁ ହିଁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଥିଲା। ଏକକ ଅଭିନୟ ପ୍ରତିଯୋଗିତାରେ ଭାଗନେଇ ସେ ବହୁବାର ପୁରସ୍କୃତ ହୋଇଛନ୍ତି।

କଲେଜରେ ପାଠ ପଢ଼ିବା ବେଳେ ତାଙ୍କୁ ଆଲବମ୍‌ରେ ଅଭିନୟ କରିବା ପାଇଁ ମିଳିଥିଲା ସୁଯୋଗ। ମା’ ଦକ୍ଷିଣ କାଳୀ ପ୍ରଡକ୍ସନ ଦ୍ବାରା ନିର୍ମିତ ଆଲବମ୍‌ ‘ସେ ହାତ ଲେଖା ଚିଠି’ରେ ଅଭିନ଼ୟ କରି ସଫଳତାର ସିଡି ଚଢ଼ିଥିଲେ ଜାନି। ପରେ ଅନେକ ଆଲବମ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା।

ଆଲବମ୍‌ ପରେ ସେ ବଡ଼ ପରଦାକୁ ଆସିଥିଲେ। ବକ୍ରତୁଣ୍ଡ କ୍ରିଏସନର ‘ଏମିତି ବି ହୋଇପାରେ’ ଫିଲ୍ମରେ ତାଙ୍କୁ ନାୟକ ଭୂମିକା ମିଳିଛି। ତାଙ୍କ ବିପକ୍ଷରେ ରୂପାଲି ତ୍ରିଦେବୀ ନାୟିକା ସାଜିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଦାୟତ୍ବ ରବି ନାରାୟଣ ଦାସ ରହିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରାଜିବ ମହାନ୍ତି।

ଏହାସହ ଅଲ୍‌ ଇନ୍‌ ୱାନ୍ ଏଣ୍ଟରଟେନମେଣ୍ଟସ ପ୍ରଡକ୍ସନନ ପକ୍ଷରୁ ଆସୁଥିବା ଫିଲ୍ମରେ ସେ ଲିଡ୍‌ ରୋଲରେ ଅଭିନୟ କରିବା ପାଇଁ ଚୁକ୍ତି କରିଛନ୍ତି।

Comment