ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଡ଼ିଶାର କଳା, ସଂସ୍କୃତିକୁ ମନେପକାଇଲେ ପ୍ରବାସୀ ଓଡ଼ିଆ
  • ସିଙ୍ଗାପୋଷ୍ଟ ଅଡିଟୋରିୟମ୍‌ରେ ପାଳନ କଲେ ଉତ୍କଳ ଦିବସ
  • କ୍ରିଷ୍ଣା ବେଉରାଙ୍କ ଗୀତରେ ଝୁମିଲେ ଦର୍ଶକ

ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ପାଳିତ ହୋଇଯାଇଛି ଉତ୍କଳ ଦିବସ। ପାୟାଲେବାରସ୍ଥିତ ସିଙ୍ଗାପୋଷ୍ଟ ଅଡିଟୋରିୟମ୍‌ରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ମନେପକାଇଛନ୍ତି ପ୍ରବାସୀ ଓଡ଼ିଆ।

ଉତ୍କଳ ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ, ସାଂସଦ ବୈଜୟନ୍ତ ପଣ୍ଡା, କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ କ୍ରିଷ୍ଣା ବେଉରା ଏବଂ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗ ଦେଇ ସିଙ୍ଗାପୁର ଓଡ଼ିଆ ସମାଜର ଏହି ପ୍ରାୟସକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରବାସୀ ଓଡ଼ିଆଙ୍କୁ ଆକର୍ଷିତ କରିଥିଲା କ୍ରିଷ୍ଣା ବେଉରାଙ୍କ ସଙ୍ଗୀତ। କ୍ରିଷ୍ଣାଙ୍କ ଗୀତରେ ଝୁମିଥିଲେ ଦର୍ଶକ।

‘ଆହେ ନୀଳ ଶୈଳ’ ଭଜନରୁ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ କ୍ରିଷ୍ଣା ବେଉରା। ଏହାପରେ ଗୋଟିଏ ପରେ ଗୋଟିଏ ଓଡ଼ିଆ ଏବଂ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ଗାୟକ କ୍ରିଷ୍ଣା।

ଇନ୍ଦୁ କାନନ ଏବଂ ସାଥୀ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ। ସେ ଓଡ଼ିଶୀରେ ମା’ ଦୁର୍ଗାଙ୍କୁ ବନ୍ଦନା କରିଥିଲେ। ଏକାସାଙ୍ଗରେ ୨୧ ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଥିଲେ।

ସିଙ୍ଗାପୁରରେ ଓଡ଼ିଆ ସମାଜର ବିକାଶ ପାଇଁ ଉଲ୍ଲେଖନୀୟ କାମ କରିଥିବା ସୌମ୍ୟରଞ୍ଜନ ସିଂଙ୍କୁ ‘ସିଙ୍ଗାପୁର ଓଡ଼ିଆ ରତ୍ନ-୨୦୧୮’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାଂସଦ ବୈଜୟନ୍ତ ପଣ୍ଡା ଏବଂ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ ଏହି ସମ୍ମାନ ପ୍ରଦାନ କରିଥିଲେ।

ଏହି ଅବସରରେ ସ୍ୱରାରବିନ୍ଦ ଅରବିନ୍ଦ ମୁଦୁଲିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପ୍ରବାସୀ ଓଡ଼ିଆ।

LEAVE A REPLY

Please enter your comment!
Please enter your name here