ଓଡ଼ିଶାଲାଇଭ୍ ବ୍ୟୁରୋ

କୋହଳ ହେଲା ପ୍ରଦୂଷଣ ଚେକିଂ ନିୟମ। ପ୍ରଦୂଷଣ ସାର୍ଟିଫିକେଟ୍‌ ନଥିଲେ ବି ମାସେ ପର୍ଯ୍ୟନ୍ତ କଟିବନି ଚାଲାଣ।

ପଲ୍ୟୁସନ୍‌ ଚେକିଂ ବା ପ୍ରଦୂଷଣ ଚେକିଂ ନିୟମକୁ ମାସେ ପାଇଁ କୋହଳ କଲେ ସରକାର। ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ଗାଡ଼ି ଚାଳକଙ୍କୁ ଫାଇନ୍‌ ଗଣିବାକୁ ପଡ଼ିବ ନାହିଁ। ଏନେଇ ପରିବହନ ସଚିବ ଜି.ଶ୍ରୀନିବାସ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘‘ମାସେ ପାଇଁ ପ୍ରଦ୍ୟୁଷଣ ଚେକିଂକୁ ବନ୍ଦ କରାଯିବ। ଏହି ମାସେ ଭିତରେ ଚାଳକ ନିଜ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ କରାଇ ନିଅନ୍ତୁ।’’

କିଛି ଦିନ ହେବ ଟ୍ରାଫିକ୍‌ ଚେକିଂ ବେଳେ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଉଥିଲା। ଫଳରେ ଚାଳକମାନଙ୍କ ମନରେ ଭୟ ସୃଷ୍ଟି ହେଉଥିଲା। ଗାଡ଼ି ଚାଳକମାନେ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ରାତିସାରା ଲାଇନ୍‌ ଲଗାଉଥିଲେ। କିନ୍ତୁ ଗୋଟିଏ ମାସ ଭିତରେ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ ପରିବହନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଏହାଛଡ଼ା ଡ୍ରାଇଭିଂ ଲାଇେସେନ୍ସ ଅନ୍‌ଲାଇନ୍‌ରେ ମଧ୍ୟ କରିପାରିବେ। ଅନ୍‌ଲାଇନ୍‌ ମାଧ୍ୟମରେ ମଧ୍ୟ ଡିଏଲ୍‌ କରିବା ପାଇଁ ଆବେଦନ କରିପାରିବେ। ୩୦ଟି ଜିଲ୍ଲାରେ ଖୁବ୍‌ ଶୀଘ୍ର ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ଲାଗୁ କରାଯିବ।

Comment