ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଷ୍ଟାର ସଲମାନ୍ ଖାନ୍‌ଙ୍କୁ ଜାମିନ୍ ମିଳିବା ପରେ ନାଚି, ଗାଇ ଖୁସି ମନାଇଛନ୍ତି ପ୍ରଶଂସକ। କୋର୍ଟ ଏବଂ ଜେଲ୍‌ ବାହାରେ ଗୋଲାପ ଫୁଲ ବିଛାଇ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଅଭିନେତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛନ୍ତି।

କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ ଷ୍ଟାର ସଲ୍‌ମାନ ଖାନ୍‌ଙ୍କୁ ମିଳିଛି ଜାମିନ୍। ସେସନ୍ସ କୋର୍ଟରୁ ଜାମିନ୍ ମିଳିବା ପରେ ସଲମାନ୍‌ ଆଜି ସନ୍ଧ୍ୟାରେ ଯୋଧପୁର ସେଣ୍ଟ୍ରାଲ ଜେଲରୁ ମୁକୁଳିବା ଆଶା ରହିଛି। ଜାମିନ୍ ମିଳିବା ପରେ ସଲମାନଙ୍କ ପ୍ରଶଂସକ ନାଚି, ଗାଇ ଖୁସି ମନାଇଛନ୍ତି।

ଯୋଧପୁର କୋର୍ଟ ବାହାରେ ସଲମାନଙ୍କ ପ୍ରଶଂସକ ଗୋଲାପ ଫୁଲ ବିଛାଇଥିଲେ। କିଛି ପ୍ରଶଂସକ ମଧ୍ୟ ମନ୍ଦିରରେ ପୂଜାର୍ଚ୍ଚନା କରିଥିବା କହିଛନ୍ତି।

ଏପଟେ ଜେଲ୍‌ ବାହାରେ ବି ପ୍ରଶଂସକମାନେ ଭିଡ଼ ଜମାଇଛନ୍ତି। ଜେଲ ବାହାରେ ଥିବା ରାସ୍ତାରେ ପ୍ରଶଂସକମାନେ ଗୋଲାପ ଫୁଲ ବିଛାଇ ସଲ୍‌ମାନଙ୍କୁ ଅପେକ୍ଷା କରିଛନ୍ତି। ଚାରିଆଡେ ପୋଷ୍ଟର ମାରି ଭାଇଜାନଙ୍କୁ ସ୍ୱାଗତ କରିଛନ୍ତି।

ସଲମାନ୍‌ ଜେଲରେ ରହିବା ଦିନରୁ କିଛି ପ୍ରଶଂସକ ଜେଲ ଗେଟ ନିକଟରେ ଭିଡ଼ ଲଗାଇଥିଲେ। ତାଙ୍କ ପ୍ରିୟ ଷ୍ଟାର କେବେ ମୁକୁଳିବେ ସେନେଇ ଅପେକ୍ଷା କରିଥିଲେ।

କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ୍‌ଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଯୋଧପୁର ସେସନ୍ସ କୋର୍ଟ। ଗୁରୁବାର ସନ୍ଧ୍ୟାରୁ ସଲମାନ୍ ଯୋଧପୁର ସେଣ୍ଟ୍ରାଲ ଜେଲରେ ରହିଥିଲେ। ଯେଉଁ ସେଲ୍‌ରେ ଆଶାରାମ ବାପୁ ରହିଛନ୍ତି ସେହି ସେଲ୍‌ରେ ସଲମାନଙ୍କୁ ରଖାଯାଇଥିଲା। ସଲମାନ୍‌ଙ୍କୁ ଯୋଧପୁର ଜେଲ୍‌ର ୧୦୬ ନମ୍ବର କଏଦୀ କୁହାଯାଉଥିଲା।

Comment