ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ସୁପର ଷ୍ଟାର ସଲମାନ୍ ଖାନ୍‌ଙ୍କୁ ମିଳିଛି ଜାମିନ୍। ଜାମିନ୍ ପାଇବା ପରେ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରୁ ମୁମ୍ବାଇ ଫେରି ଆସିଛନ୍ତି ଦବଙ୍ଗ ଷ୍ଟାର। ଏହାକୁ ନେଇ ସାରା ଦେଶରେ ଥିବା ଫ୍ୟାନ୍‌ମାନେ ଖୁସି ପ୍ରକାଶ କରିଛନ୍ତି। ଯୋଧପୁର କୋର୍ଟ ଏବଂ ଜେଲ୍‌ ସାମ୍‌ନାରେ ପ୍ୟାନ୍‌ମାନେ ଭିଡ଼ ଜମାଇ ସଲମନ୍‌ଙ୍କୁ ସ୍ୱାଗତ କରିଛନ୍ତି। ଚାରିଆଡେ ପୋଷ୍ଟର ମାରି ଗୋଲାପ ଫୁଲ ବିଛାଇଥିଲେ। ରାଜଧାନୀ ଭୁବନେଶ୍ୱରରେ ବି ଫ୍ୟାନ୍‌ମାନେ ସଲମାନ୍‌ଙ୍କ ଜାମିନ୍‌କୁ ସ୍ୱାଗତ କରିଛନ୍ତି।

ଭୁବନେଶ୍ୱରର ବହୁ ଛାତ୍ରଛାତ୍ରୀ, ଯୁବପିଢ଼ିମାନେ ଭାଇଜାନଙ୍କ ଜାମିନ୍‌କୁ ନେଇ ଖୁସିବ୍ୟକ୍ତ କରିଛନ୍ତି।

ଫ୍ୟାନ୍‌ମାନେ କହିଛନ୍ତି, “ସଲମାନ୍‌ଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବା ଶୁଣି ବହୁତ ଦୁଃଖ ଲାଗୁଥିଲା। ସେ ୨ ରାତି ଜେଲ୍‌ରେ କଟାଇଲେ। ହେଲେ କୋର୍ଟ ତାଙ୍କୁ ଆଜି ଜାମିନ୍ ଦେଇଥିବାରୁ ବହୁତ ଖୁସି ଲାଗୁଛି। ଆଗାମୀ ଦିନରେ ତାଙ୍କର ଫିଲ୍ମ ଦେଖିବାକୁ ମିଳିବ।”

କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ୍‌ଙ୍କୁ ୫ ବର୍ଷ ଜେଲ୍‌ ହୋଇଥିଲା। ଯୋଧପୁର ସେସନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଥିଲେ। ୫ ତାରିଖରୁ ସେ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ରହିଥିଲେ। ହେଲେ ଆଜି ତାଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। ଜାମିନ୍ ପାଇବା ପରେ ସଲମାନ୍ ମୁମ୍ବାଇ ଫେରି ଆସିଛନ୍ତି।

Comment