ଓଡ଼ିଶାଲାଇଭ୍‌ ବ୍ୟୁରୋ

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ: ଉଲଗ୍ନ ହୋଇ ପ୍ରତିବାଦ କଲେ ଅଭିନେତ୍ରୀ

କାଷ୍ଟିଂ କାଉଚ ଅଭିଯୋଗ ଆଣି କଳାକାର ସଂଘ ଅଫିସ ସମ୍ମୁଖରେ ଅନଶନରେ ବସିଛନ୍ତି ଅଭିନେତ୍ରୀ ଶ୍ରୀରେଡ୍ଡି। ଗୋଟିଏ ଫିଲ୍ମରେ ଅଭିନ଼ୟ କରିବା ପାଇଁ ତାଙ୍କୁ କିପରି ପରିସ୍ଥିତିର ସମ୍ମୁଖିନ ହେବାକୁ ପଡ଼ିଥିଲା ସେ ସମ୍ପର୍କରେ ଅବତାରଣା କରିବା ସହ ରାଜରାସ୍ତାରେ ଉଲଗ୍ନ ହୋଇ ପ୍ରତିବାଦ କରିଛନ୍ତି।

ମହାନଦୀ ମହାଲଢ଼େଇ: ଓଡ଼ିଶାର ଜୀବନରେଖାକୁ ନେଇ ପୁଣି ତେଜିଲା ରାଜନୀତି

ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ପୁଣି ରାଜନୀତି। କଲ୍‌ମା ବ୍ୟାରେଜ ଗେଟ୍ ବନ୍ଦ ହେବା ପରେ ମହାନଦୀରେ ଜଳସ୍ତର ଯେତିକି କମୁଛି ତାକୁ ନେଇ ରାଜନୀତିରେ ତାତି ସେତିକି ବଢ଼ୁଛି। ମହାନଦୀକୁ ନେଇ ବିଜେଡି ଏପ୍ରିଲ ୧୫ରେ ମହାସମ୍ମିଳନୀ ଡାକିଥିବା ବେଳେ ମଙ୍ଗଳବାରଠୁ ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟି ଦସ୍ତଖତ ଅଭିଯାନ ଆରମ୍ଭ କରିଛି।

ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ: ଖଳନାୟକକୁ ଖୋଜି ପାଉନି କ୍ରାଇମବ୍ରାଞ୍ଚ

ବଲାଙ୍ଗିର ପୋଲିସ ଉପରୁ ଭରସା ତୁଟାଇବା ପରେ କ୍ରାଇମବ୍ରାଞ୍ଚ ଉପରେ ଆସ୍ଥା ପ୍ରକଟ କରିଥିଲେ ପାର୍ସଲ ବୋମା ବିସ୍ଫୋରଣରେ ମୃତକଙ୍କ ପରିବାର। ହେଲେ ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ କିଏ ତା’ ଉପରୁ ପରଦା ହଟାଇବାରେ ସମର୍ଥ ହୋଇନି କ୍ରାଇମବ୍ରାଞ୍ଚ ଟିମ୍। ବଲାଙ୍ଗିରରେ ୧୫ ଦିନ ଡେରା ପକାଇ ବିସ୍ଫୋରଣ ଘଟଣାର ଖୋଳତାଡ଼ କରି ଫେରି ଆସିଛି କ୍ରାଇମବ୍ରାଞ୍ଚ ଟିମ୍। ହେଲେ ଅଭିଯୁକ୍ତକୁ କାବୁ କରିବାରେ ତଦନ୍ତକାରୀ ଟିମ୍ ଫେଲ୍ ମାରିଛନ୍ତି।

ଏପ୍ରିଲ ୧୬ ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏପ୍ରିଲ ୧୬ ତାରିଖ ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ନୀତି ପ୍ରଶାସକ ପ୍ରଦୀପ ଦାସ ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହେବା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୁଟିଂରେ ହୀନାଙ୍କୁ ସ୍ୱର୍ଣ୍ଣ : ଭାରତର ପଦକ ସଂଖ୍ୟା ୨୦ରେ ପହଞ୍ଚିଲା

ଭରତ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି ଭାରତର ଷ୍ଟାର୍ ସୁଟର୍‌ ହୀନା ସିନ୍ଧୁ। ୧୦ମିଟର ଏୟାର୍ ପିସ୍ତଲ ଇଭେଣ୍ଟ୍‌ରେ ରୌପ୍ୟ ଜିତିଥିବା ହୀନା ୨୫ମିଟର ପିସ୍ତଲ ଇଭେଣ୍ଟ୍‌ରେ ବି ଜବରଦସ୍ତ ପ୍ରଦର୍ଶନ କରି ଭାରତ ପାଇଁ ୧୧ତମ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ୧୧ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୫ଟି ବ୍ରୋଞ୍ଚ ସହ ଏଯାବତ୍ ଭାରତର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ପଦକ ତାଲିକାରେ ଭାରତ ତୃତୀୟ ସ୍ଥାନ ହାସଲ କରିଛି।

ଭାରତ ବନ୍ଦ ପାଇଁ ବିପିୟୁଟି ପରୀକ୍ଷା ବାତିଲ

ମଙ୍ଗଳବାର ଦିନ ଭାରତ ବନ୍ଦ କରାଯାଉଥିବା ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) ପକ୍ଷରୁ ଏହିଦିନ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ଏହି ପରୀକ୍ଷା ଆସନ୍ତା ୧୨ ତାରିଖରୁ ୨୦ ତାରିଖ ମଧ୍ୟରେ ହେବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଜଣାଇ ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ: ହାଇକୋର୍ଟରେ ପୁଣି ସତ୍ୟପାଠ ଦାଖଲ କଲା ମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ହାଇକୋର୍ଟରେ ପୁଣି ସତ୍ୟପାଠ ଦାଖଲ କରିଛି ମନ୍ଦିର ପ୍ରଶାସନ। ଜଗମୋହନ ଖୋଲିବା ପାଇଁ ଅଗଷ୍ଟ ୧ତାରିଖ ଯାଏ ସମୟ ମାଗିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କୋର୍ଟ। ଏନେଇ ଅପରାହ୍ନରେ ପୁଣି ଶୁଣାଣି ହୋଇପାରେ।

ସଂରକ୍ଷଣ ବିରୋଧରେ ଭାରତ ବନ୍ଦ: କିଛି ସ୍ଥାନରେ କାଁ ଭାଁ ହିଂସାକାଣ୍ଡ

ଗତକାଲି କଂଗ୍ରେସ ଉପବାସ କରିବା ପରେ ମଙ୍ଗଳବାରଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି କେତେକ ସଂଗଠନ। ଶିକ୍ଷା ଓ ଚାକିରି କ୍ଷେତ୍ରରେ ଜାତିଭିତିକ ସଂରକ୍ଷଣକୁ ବିରୋଧ କରି ବିଭିନ୍ନ ଗୋଷ୍ଠୀଙ୍କ ପକ୍ଷରୁ ବନ୍ଦ୍ ଡାକରା ଦିଆଯାଇଛି। ବନ୍ଦକୁ ଦୃଷ୍ଟିରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। କେତେକ ରାଜ୍ୟରେ ସ୍ଥିତିକୁ ନଜରରେ ରଖି ୧୪୪ ଧାରା ଲାଗୁ କରାଯାଇଛି। ବିହାରର ଆରାରେ ସଂରକ୍ଷଣ ବିରୋଧୀ ଓ ସମର୍ଥକ ମୁହାଁମୁହିଁ ହେବାରୁ ପୋଲିସ୍ ପକ୍ଷରୁ ସେଠାରେ ୧୪୪ ଧାରା ଜାରି କରାଯାଇଛି।

Comment