ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ମହାଲଢ଼େଇ: ଭଟଲିରେ ହେଲା ପଥପ୍ରାନ୍ତ ସଭା

ମହାନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ।  ଏପ୍ରିଲ ୧୦ ତାରିଖରୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରୁ କଲ୍‌ମା ଅଭିମୁଖେ ଯାତ୍ରା କରିଥିବା ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରତିନିଧିମଣ୍ଡଳୀ ଆଜି କଲ୍‌ମାରୁ ଯାତ୍ରା କରିଛନ୍ତି। କଲ୍‌ମାରୁ ବାହାରି ସେମାନେ ପ୍ରଥମେ ବରଗଡ଼ର ଭଟଲି ଏବଂ ଅତାବିରାରେ ପହଞ୍ଚିଛନ୍ତି।

ଓଡ଼ିଶା ସରକାରଙ୍କ ସହ ମୁହାଁମୁହିଁ ହେଲା ସିଆଇଆଇ: ଓଡ଼ିଶା ଚାପ୍ଟରରେ ହଲ୍‌ଚଲ୍

ସିଆଇଆଇ ସହଯୋଗରେ ୨୦୧୬ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସଫଳ ହୋଇଥିଲା। ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ସରକାରଙ୍କୁ ଝଟ୍‌କା ଦେଇଛି ସିଆଇଆଇ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ରୁ ଓହରି ଯିବା ପରେ ଓଡ଼ିଶା ଚାପ୍ଟରର ସଭାପତି-ଉପସଭାପତି ଇସ୍ତଫା ଦେଇଛନ୍ତି।

ଆଲଜେରିଆରେ ବିମାନ ଦୁର୍ଘଟଣା, ୨୫୭ ଜଣଙ୍କ ମୃତ୍ୟୁ ଆଶଙ୍କା

ଆଲଜେରିଆ ସେନାର ଏକ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୫୭ ଜଣଙ୍କର ପ୍ରାଣହାନି ଘଟିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ସମୟ ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ୧୪ ଆମ୍ବୁଲାନ୍ସ ଏବଂ ୧୦ଟି ଟ୍ରକ ନିୟୋଜିତ କରାଯାଇଛି।

ସିଆଇଆଇ ଓହରିବା ପ୍ରସଙ୍ଗ: ବିଜେଡି କହିଲା, “ବିକାଶ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର”

ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍‌ରୁ ଓହରି ଯାଇଛି ସିଆଇଆଇ। ଏହାକୁ ନେଇ ବିଜେଡି ସାଂଘାତିକ ଅଭିଯୋଗ କରିଛି। ସିଆଇଆଇ ଓହରିଯିବା ପଛରେ ଷଡ଼ଯନ୍ତ୍ର ରହିଥିବା ବିଜେଡି ସାମ୍ବାଦିକ ସମ୍ମିଳନୀ କରି କହିଛି। ଓଡ଼ିଶାର ବିକାଶ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିବା ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

ବିଧାନସଭାରେ ମହାନଦୀ ଝଡ଼: ବିଜେଡି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ୩ଟା ଯାଏଁ ଗୃହ  ମୁଲତବି

ବିଧାନସଭା ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ଦିନରେ ଗୃହରେ ମହାନଦୀ ଝଡ଼। ବୁଧବାର ଦିନ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ। ଛତିଶଗଡ ନିର୍ମାଣ କାମ ବନ୍ଦ କରିବାକୁ ସଦସ୍ୟମାନେ ଦାବି କରିଥିଲେ।ବର୍ତ୍ତମାନ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

ସୁଟର୍ ଶ୍ରେୟସୀ ସିଂହ ଭାରତ ପାଇଁ ଆଣିଲେ ଆଉ ଏକ ସ୍ୱର୍ଣ୍ଣ

୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସପ୍ତମ ଦିନରେ ଭାରତ ଖାତାକୁ ଆସିଛି ଆଉ ଏକ ସ୍ୱର୍ଣ୍ଣ ପଦକ। ସୁଟର ଶ୍ରେୟସୀ ସିଂହ ଡବଲ ଟ୍ରାପ୍ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛିନ୍ତି। ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟ ୧୨ରେ ପହଞ୍ଚିଛି।

ଡାଟା ଲିକ୍ ଅଭିଯୋଗ: ଆମେରିକା କଂଗ୍ରେସ ଆଗରେ ଭୁଲ ମାଗିଲେ ଫେସବୁକ ସିଇଓ ଜୁକରବର୍ଗ

ଡାଟା ଲିକ୍ ମାମଲାରେ ଫେସବୁକର ସିଇଓ ଜୁକରବର୍ଗ ଆମେରିକା କଂଗ୍ରେସ ଆଗରେ ଉପସ୍ଥିତ ରହି ନିଜ ମତ ଉପସ୍ଥାପନ କରିଛନ୍ତି। ଆମେରିକା କଂଗ୍ରେସରେ ଜୁକରବର୍ଗଙ୍କୁ ୫ଘଣ୍ଟା ଧରି ଜେରା କରାଯାଇଥିଲା। ୪୪ଜଣ ସିନେଟର ଜୁକରବର୍ଗଙ୍କୁ  ଡାଟା ଲିକ୍ ବିଷୟରେ ବିଭିନ୍ନ ପ୍ରଶ୍ନ କରିଥିଲେ। ସମସ୍ତଙ୍କୁ ପ୍ରଶ୍ନ ପଚାରିବା ପାଇଁ ୫ମିନିଟ ଲେଖାଁଏ ସମୟ ଦିଆଯାଇଥିଲା। ପ୍ରଶ୍ନ ପଚରାବେଳେ କିଛି ସ୍ଥାନରେ ଜୁକରବର୍ଗ ହଡବଡେଇ ଯାଇ ପାଣି ପିଇ ପୁଣି ପ୍ରଶ୍ନର ଉତ୍ତର ଦେଇଥିଲେ।

Comment