ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପଦକ ତାଲିକାର ତୃତୀୟ ସ୍ଥାନରେ ଭାରତ
  • ପ୍ରଥମରେ ଅଷ୍ଟ୍ରେଲିଆ
  • ଶେଷ ଦିନରେ ସାଇନା ନେହୱାଲଙ୍କୁ ସୁନା
  • ଭାରତକୁ ମିଳିଲା୨୬ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ, ୨୦ଟି କାଂସ୍ୟ ପଦକ

ଶେଷ ହୋଇଛି ଗୋଲ୍ଡ କୋଷ୍ଟ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା। ଏଥିରେ ଦମ୍‌ଦାର ପ୍ରଦର୍ଶନ କରିଛି ଭାରତ। ଏହି କ୍ରୀଡ଼ାରେ ଭାରତ ମୋଟ ୬୬ଟି ପଦକ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି। ଶେଷ ଦିନରେ ବି ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି।

ବ୍ୟାଡମିଣ୍ଟନ ମହିଳା ସିଙ୍ଗିଲ୍ସରେ ସାଇନା ନେହୱାଲ କମାଲ୍ କରିଛନ୍ତି। ସ୍ୱର୍ଣ୍ଣ ପଦକ ପାଇ ଭାରତର ପଦକ ତାଲିକାକୁ ବଢ଼ାଇଛନ୍ତି।

ଭାରତ ମୋଟ ୨୬ଟି ସ୍ୱର୍ଣ୍ଣ ପଦକ ସହ ୨୦ଟି ରୌପ୍ୟ, ୨୦ଟି କାଂସ୍ୟ ପଦକ ହାସଲ କରିଛି। ଅଷ୍ଟ୍ରେଲିଆ ୭୯ଟି ସ୍ୱର୍ଣ୍ଣ, ୫୯ଟି ରୌପ୍ୟ, ୬୦ଟି ବ୍ରୋଞ୍ଜ ସହ ୧୯୮ଟି ପଦକ ପାଇ ପ୍ରଥମ ସ୍ଥାନରେ ରହିଛି।

ଦ୍ୱିତୀୟ ସ୍ଥାନରେ ରହିଛି ଇଂଲଣ୍ଡ। ୪୫ଟି ସ୍ୱର୍ଣ୍ଣ, ୪୫ଟି ରୌପ୍ୟ, ୪୬ଟି ବ୍ରୋଞ୍ଜ ପଦକ ପାଇଛି ଏହି ଦେଶ।

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ସୁଟିଂରେ ସର୍ବାଧିକ ୭ଟି ସ୍ୱର୍ଣ୍ଣ, କୁସ୍ତିରେ ୫ଟି, ଭାରୋତ୍ତଳନରେ ୫, ବକ୍ସିଂରେ ୩, ଟେବୁଲ ଟେନିସରେ ୩, ବ୍ୟାଡମିଣ୍ଟନରେ ୨, ଆଥଲେଟିସ୍‌ରେ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛି।

୨୦୧୦ରେ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୩୮ଟି ସ୍ୱର୍ଣ୍ଣ ଏବଂ ୨୦୦୨ ମଞ୍ଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩୦ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା।

Comment