ଓଡ଼ିଶାଲାଇଭ୍‌ ବ୍ୟୁରୋ

ହଲିଉଡ ଅଭିନେତ୍ରୀ ମେଗାନ ମର୍କେଲ ଓ ବ୍ରିଟେନର ଯୁବରାଜ ପ୍ରିନ୍ସ ହ୍ୟାରି ଖୁବଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ବିବାହ ପୂର୍ବରୁ ହ୍ୟାରିଙ୍କ ବ୍ୟାଚ୍‌ଲର୍‌ ଡାଏଟରେ ପରିବର୍ତ୍ତନ ଆଣିଛନ୍ତି ଭାବି ପତ୍ନୀ ମର୍କେଲ।

ବ୍ରିଟେନର ଯୁବରାଜ ପ୍ରିନ୍ସ ହ୍ୟାରୀ ତାଙ୍କର ହଲିଉଡ ଅଭିନେତ୍ରୀ ମେଗାନ ମର୍କେଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପୂର୍ବରୁ ପ୍ରିନ୍ସଙ୍କ ବ୍ୟାଡ୍‌ ହାବିଟ୍‌କୁ ଛଡ଼ାଇବାକୁ ଚାହୁଁଛନ୍ତି ମେଗାନ। ପ୍ରିନ୍ସ ମଧ୍ୟ ନିଜ ଭାବି ପତ୍ନୀଙ୍କ ଉପଦେଶ ମାନି ନିଜ ବ୍ୟାଚ୍‌ଲର୍‌ ଡାଏଟ୍‌ରେ ପରିବର୍ତ୍ତନ ଆଣିଛନ୍ତି। ମେଗାନଙ୍କ କଥା ମାନି ପ୍ରିନ୍ସ ସିଗାରେଟ୍‌ ଛାଡ଼ି ନିଜ ଫିଟ୍‌ନେସ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

ମେଗାନ ଅଭିନୟ ସାଙ୍ଗକୁ ବିଭିନ୍ନ ମାନବାଧିକାର ସଂଗଠନରେ ସ୍ୱେଚ୍ଛାସେବୀ ଭାବେ ମଧ୍ୟ କାର୍ଯ୍ୟକରନ୍ତି।

ହ୍ୟାରୀ ଏବଂ ମେଗାନ ଙ୍କ ରାଜକୀୟ ବିବାହ ପାଇଁ ଧୁମଧାମରେ ପ୍ରସ୍ତୁତି ଚାଲିଛି। ମେ’ ୧୯ ହେବାକୁ ଯାଉଥିବା ଏହି ଗ୍ରାଣ୍ଡ ୱେଡିଂରେ ରାଜକୀୟପଣ ଝଲସି ଉଠିବ। ସେଣ୍ଟ୍ ଜଜ୍ ଚାପେଲରେ ହେବାକୁ ଯାଉଥିବା ରାଜକୀୟ ବିବାହ ପୂର୍ବରୁ ଫୁଲ ଦ୍ୱାରା ଗାର୍ଡନ ସୁସଜ୍ଜିତ କରାଯିବାର ବ୍ୟବସ୍ଥା କରାଯାଇଛି।

ଲଣ୍ଡନର ଫୁଲ ଡିଜାଇନର୍ ଫିଲିପା କ୍ରାଡକ ହଲକୁ ଫୁଲରେ ସଜାଇବେ। କ୍ରାଉନ ଏସ୍ଟେଟ ଏବଂ ୱିଣ୍ଡସର ଗ୍ରେଟ ପାର୍କ ସହ ସ୍ଥାନୀୟ ବଗିଚାରୁ ଫୁଲ ଅଣାଯାଇ ଏହି ହଲକୁ ଧଳା ଗୋଲାପରେ ସଜାଯିବ। ଏହି ଫୁଲରେ ସଜାଯିବା ପଛରେ ଏକ ଖାସ କାରଣ ରହିଛି।

ପ୍ରିନ୍ସ ହ୍ୟାରୀଙ୍କ ମା’ ପ୍ରିନ୍ସେସ ଡାଏନାଙ୍କର ଏହି ଫୁଲ ଖୁବ ପସନ୍ଦ ଥିଲା। ତେଣୁ ଏହି ଫୁଲକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମାତ୍ର ମର୍କେଲଙ୍କ ପସନ୍ଦର ଫୁଲ ହେଉଛି ପେଓନି।

ପ୍ରିନ୍ସ ହ୍ୟାରିଙ୍କ ରୟାଲ ୱେଡିଂ ସାଜସଜା ପାଇଁ ସୁଯୋଗ ମିଳିଥିବାରୁ ଫିଲିପ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଛନ୍ତି। ବିବାହ ସମ୍ପୂର୍ଣ୍ଣ ହେବା ପରେ ଏହି ଫୁଲ ଚାରିଟି ସଂସ୍ଥାକୁ ଦାନ କରାଯିବ।

Comment