ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’।

ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ: ଯାତ୍ରୀ ଆତଙ୍କିତ

ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାରେ ଟ୍ରେନ୍‌ ନମ୍ବର ୧୯୬୬୫ ଖଜୁରାହ-ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ ଝାନ୍‌ସି ଆଡ଼କୁ ଯିବାବେଳେ ନିଆଁ ଲାଗିଯାଇଛି। ଟ୍ରେନଟି ଚାଲୁଥିବାବେଳେ ହଠାତ୍‌ ଟ୍ରେନ୍‌ ଇଞ୍ଜିନରେ ନିଆଁ ଲାଗିଯିବାରୁ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ।

ବିକ୍ରି ହେବ ଫ୍ଲିପ୍‌କାର୍ଟ: ୧୫୦୦କୋଟିରେ କିଣିବ ଓ୍ୱାଲମାର୍ଟ

ଭାରତର ପ୍ରମୁଖ ଅନଲାଇନ୍‌ କମ୍ପାନୀ ଫିଲ୍ପକାର୍ଟର ବିକ୍ରି ହେବାର ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆମେରିକାର ସବୁଠୁ ବଡ଼ ରିଟେଲ୍‌ ଚେନ୍‌ କମ୍ପାନି ଓ୍ୱାଲମାର୍ଟ ଏହାର ୭୫ ପ୍ରତିଶତ ଅଂଶଧନ କିଣିବ। ଫ୍ଲିପକାର୍ଟର ବୋର୍ଡ ଏହାକୁ ମଞ୍ଜୁରୀ ଦେଇଛି।। ଫ୍ଲିପ୍‌କାର୍ଡ ୧୫ ବିଲିୟନ ବା ୧୫୦୦ କୋଟି ଆମେରିକୀୟ ଡଲାର ଦେଇ ଓ୍ୱାଲମାର୍ଟ କିଣିବ। ଓ୍ୱାଲମାର୍ଟ ସହ ଗୁଗୁଲର ସହଯୋଗୀ କମ୍ପାନୀ ଆଲଫାବେଟ୍‌ ଏଥିରେ ପୁଞ୍ଜି ନିବେଶ କରିପାରେ।

ଅର୍ଜୁନ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ୫ଜଣଙ୍କ ନାଁ ସୁପାରିଶ

ସମ୍ମାଜନଜକ ଅର୍ଜୁନ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ୫ଜଣଙ୍କ ନାମ ସୁପାରିସ କରିଛି ହକି ଇଣ୍ଡିଆ। ହକି ଖେଳାଳି ମନ୍‌ପ୍ରୀତ ସିଂହଏ ଧରମବୀର ସିଂହ ଓ ମହିଳା ଦଳର ଗୋଲରକ୍ଷକ ସବିତାଙ୍କ ନାମ ମଧ୍ୟ ଅର୍ଜୁନ ପୁରସ୍କାର ନିମନ୍ତେ ସୁପାରିସ କରାଯାଇଛି।
ସାନ୍‌ଗାଇ ଇବେମହାଲ୍‌ ଚାନୁ ଓ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ଭରତ ଛେତ୍ରିଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ନିମନ୍ତେ ହକି ଇଣ୍ଡିଆ ସୁପାରିସ କରିଛି। ପ୍ରଶିକ୍ଷକ ବିଏସ୍‌ ଚୌହ୍ୱାନଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ନିମନ୍ତେ ସୁପାରିସ କରାଯାଇଛି।

ଶେଷଥର ପାଇଁ ଆଇପିଏଲ ଖେଳୁଛନ୍ତି ଏହି ୫ ବ୍ୟାଟ୍ସମ୍ୟାନ୍

ବର୍ତ୍ତମାନ ଆଇପିଏଲର ୧୧ତମ ସଂସ୍କରଣ ଖେଳାଯାଉଛି। ଟି-ଟ୍ଵେଣ୍ଟିର ଏହି ମହାସମରରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଶେଷଥର ପାଇଁ ଆଇପିଏଲ ଖେଳୁଛନ୍ତି।

ପାର୍ସଲ ବୋମା ଘଟଣାର ଖୋଲିବ ଆହୁରି ଗୁମର: ପୁଞ୍ଜିଲାଲକୁ ନେଇ ରାୟପୁରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

କ୍ରାଇମବ୍ରାଞ୍ଚ ଟିମ୍ ପାର୍ସଲ ବୋମା ଘଟଣାର ମାଷ୍ଟରମାଇଣ୍ଡ୍ ପୁଞ୍ଜିଲାଲ ମେହେରଙ୍କୁ ଧରି ରାୟପୁର ଯାଇଛନ୍ତି। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ଶନିବାରଦିନ ସକାଳେ କଣ୍ଟାବାଞ୍ଜି ଷ୍ଟେସନରୁ ଟ୍ରେନ ଯୋଗେ ପୁଞ୍ଜିଲାଲକୁ ରାୟପୁରକୁ ନିଆଯାଇଛି।

ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣାସ୍ଥଳକୁ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ ଘଟଣା ଦୁର୍ଭାଗ୍ୟଜନକ, ବିଶ୍ୱସ୍ତରୀୟ ତଦନ୍ତ ହେଉ

ଗୋଟିଏ ବର୍ଷରେ ଦୁଇଥର ଭୁବନେଶ୍ୱରର ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣା ଘଟି ଦୁଇଜଣଙ୍କ ପ୍ରାଣ ନେଇଛି। ଏହାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ବେ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି।

Comment