ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ଆଇପିଏଲର ୧୧ତମ ସଂସ୍କରଣ ଖେଳାଯାଉଛି। ଟି-ଟ୍ଵେଣ୍ଟିର ଏହି ମହାସମରରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଶେଷଥର ପାଇଁ ଆଇପିଏଲ ଖେଳୁଛନ୍ତି।

ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ସମ୍ପର୍କରେ।

 

ଯୁବରାଜ ସିଂ

ଏକଦା ଭାରତୀୟ କ୍ରିକେଟ ଜଗତରେ ହିରୋ ସାଜିଥିବା ଅଲରାଉଣ୍ଡର ତଥା ବାମହାତି ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ଦୀର୍ଘ ସମୟଧରି ଖରାପ ଫର୍ମରେ ଅଛନ୍ତି। କ୍ୟାନସର ଶିକାର ହେବା ପରେ ସେ ଆଉ ଆକ୍ରମଣାତ୍ମକ ସଟ୍‌ ଖେଳି ପାରୁନାହାନ୍ତି। ବର୍ତ୍ତମାନ ସେ କିଙ୍ଗସ୍‌ ଏକାଦଶ ପଞ୍ଜାବରେ ଖେଳୁଛନ୍ତି। ସେ ବେଙ୍ଗାଲୁରୁ ଓ ମୁମ୍ବାଇ ଦଳରେ ମଧ୍ୟ ସାମିଲ ଥିଲେ। ୩୬ ବର୍ଷ ବୟସ୍କ ଯୁବରାଜ ୪ ଟି ମ୍ୟାଚ୍‌ ଖେଳି ମାତ୍ର ୪୬ ରନ୍‌ ସଂଗ୍ରହ କରିଛନ୍ତି।

ହରଭଜନ ସିଂହ

ହରଭଜନ ସିଂହ ଫର୍ମ ଆଉ ପୂର୍ବ ପରି ନାହିଁ। ଏଥିପାଇଁ ଗତ ଦୁଇବର୍ଷ ହେବ ତାଙ୍କୁ ଭାରତୀୟ କ୍ରିକେଟଦଳରେ ସ୍ଥାନ ମିଳିପାରୁନାହିଁ। ଏବେ ଆଇପିଏରେ ମଧ୍ୟ ସେ ସଂଘର୍ଷ କରୁଛନ୍ତି। ଉଇକେଟ୍‌ ନେଇପାରୁନଥିବାରୁ ଚଳିତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ନିଲାମ ବେଳେ ହରଭଜନଙ୍କୁ କିଣନଥିଲା। ଫଳରେ ଚଳିତବର୍ଷ ସେ ଚେନ୍ନାଇ ସୁପର କିଙ୍ଗସ୍‌ରେ ଖେଳୁଛନ୍ତି। ମୁମ୍ବାଇ ତରଫରୁ ସେ ୨୦୦୮ରୁ ୨୦୧୭ ପର୍ଯ୍ୟନ୍ତ ଖେଳୁଥିଲେ। ୩୭ ବର୍ଷ ବୟସ୍କ ଭଜିଙ୍କୁ ଆଗାମୀ ବର୍ଷ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ।

ଗୌତମ ଗମ୍ଭୀର

କୋଲକାତା ନାଇଟ୍‌ ରାଇଡର୍ସ ଦଳରେ କଧିନାୟକ ଦାୟିତ୍ୱ ତୁଲାଇଥିବା ଗୌତମ ଗମ୍ଭୀର ଭଲ ଓପନିଙ୍ଗ କରିପାରୁ ନାହାନ୍ତି। ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ସେ ଅଧିନାୟକ ଭାବରେ ଓହରଛନ୍ତି। ଦାୟିତ୍ୱ ତୁଲାଇ ନପାରିବାରୁ ଶ୍ରେୟସ୍‌ ଆୟାରଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ଗମ୍ଭୀର ମାତ୍ର ଛଅଟି ମ୍ୟାଚ୍‌ ଖେଳି ୫୦ ରନ୍‌ ସଂଗ୍ରହ କରିଛନ୍ତି।

ୟୁସୁଫ୍‌ ପଠାନ୍‌

ଅଲରାଉଣ୍ଡର ତଥା ଅଫ୍‌ ସ୍ପନିର, ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ୍‌ ଏବଂ ବିଶ୍ୱ କପ୍‌ ବିଜେତା ଦଳର ଅନ୍ୟତମ ସଦସ୍ୟ ୟୁସୁଫ୍‌ ପଠାନ୍‌ଙ୍କୁ ୨୦୧୯ ଆଇପିଏଲ୍‌ ମ୍ୟାଚରେ ଦେଖିବାକୁ ମିଳିବନି। ୩୫ ବର୍ଷୀୟ ଯୁସୁଫ୍‌ ପଠାନ୍‌ ଶେଷଥର ପାଇଁ ଆଇପିଏଲ ଖେଳୁଛନ୍ତି। ତାଙ୍କ ଭାଇ ଇର୍ଫାନ୍‌ ପଠାନ୍‌ ଅବସର ନେଇସାରିଛନ୍ତି। ପୂର୍ବରୁ କୋଲକତା ନାଇଟ୍‌ ରାଇଡର୍ସ ପାଇଁ ଖେଳୁଥିବା ୟୁସୁଫ୍‌ ବର୍ତ୍ତମାନ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଦଳରେ ଖେଳୁଛନ୍ତି।

ବିନୟ କୁମାର

ଭାରତୀୟ ଦଳରେ ଦ୍ରୁତ ବୋଲର ଭାବେ ପରିଚୟ ସୃଷ୍ଟି କରିଥିବା ବିନୟ କୁମାରଙ୍କୁ ୨୦୧୯ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ। ବିନୟ କୋଲକାତା ନାଇଟ୍‌ ରାଇଡସ୍‌ର୍ ଦଳରେ ବର୍ତ୍ତମାନ ଖେଳୁଥିଲେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ୍‌ ବିରୁଦ୍ଧରେ ଶେଷ ଓଭରରେ ୧୭ ରନ୍‌ ଦେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କାରିଛନ୍ତି।

Comment