ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ ୧୫ରେ ବାହାରିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ରେଜଲ୍ଟ। ତେବେ କର୍ଣ୍ଣାଟକରେ କିଏ ସରକାର ଗଠନ କରିବ ତାକୁ ନେଇ ଲାଗି ରହିଛି ଜୋରଦାର ଚର୍ଚ୍ଚା।

କର୍ଣ୍ଣାଟକରେ ଶେଷ ହୋଇଯାଇଛି ବିଧାନସଭା ଭୋଟ। ଶନିବାର ଦିନ ୨୨୨ଟି ଆସନରେ ମତଦାନ କରିଛନ୍ତି କର୍ଣ୍ଣାଟକ ଭୋଟର। ଭୋଟ ଶେଷ ହେବା ପରେ କର୍ଣ୍ଣାଟକରେ କିଏ ସରକାର ଗଠନ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଜାତୀୟ ଏବଂ ଆଞ୍ଚଳିକ ଗଣମାଧ୍ୟମ କରିଥିବା ଏକଜିଟ ପୋଲ୍ ଅନୁସାରେ ବିଜେପି ପୂର୍ଣ୍ଣ ବହୁମତ ପାଇ ସରକାର ଗଠନ କରିବ।

ଶନିବାର ସନ୍ଧ୍ୟା ସୁଦ୍ଧା ୮ଟି ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି। ୬ଟି ସଂସ୍ଥା ବିଜେପି ସରକାର ଗଠନ କରିବ ବୋଲି ଦାବି କରିଥିବା ବେଳେ ଅନ୍ୟ ଦୁଇଟି ସଂସ୍ଥା ଝୁଲା ବିଧାନସଭା ହେବ ବୋଲି କହିଛନ୍ତି। ଦେବେଗୌଡା କିଙ୍ଗ ମେକର ହେବେ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି।

୨୨୪ ଆସନରୁ ୨୨୨ଟି ଆସନରେ ଶନିବାର ଭୋଟ ହୋଇଥିଲା। ବେଙ୍ଗାଳୁରୁର ରାଜରାଜେଶ୍ୱରୀ ନଗର, ଜୟନଗର ଆସନରେ ଭୋଟ ହୋଇନି। ରାଜରାଜେଶ୍ୱରୀ ନଗର ଅଞ୍ଚଳରେ ମେ ୨୮ରେ ଭୋଟ ହେବ। ଜୟନଗରରେ ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାରୁ ଏହି ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଛି।

ଏବିପି-ସି ଭୋଟର, ନ୍ୟୁଜଏକ୍ସ-ସିଏନଏକ୍ସ, ରିପବ୍ଲିକ-ଜନ କି ବାତ୍, ଏବଂ ନ୍ୟୁଜ ନେସନ ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ଦାବି କରିଛି ଯେ ବିଜେପି କର୍ଣ୍ଣାଟକ ଦଖଲ କରିବ। ଏହାସହ ଆଞ୍ଚଳିକ ଚ୍ୟାନେଲ ଦିଗବିଜୟ-ବିଜୟବାଣୀ ମଧ୍ୟ ବିଜେପି ବଡ଼ ପାର୍ଟି ଭାବେ ଉଭା ହେବ ବୋଲି କହିଛି।

ଏକଜିଟ ପୋଲର ରାୟ

ଇଣ୍ଡିଆଟୁଡେ-ଆକ୍ସିସ ମାଇ ଇଣ୍ଡିଆ

ବିଜେପି: ୭୯-୯୨, କଂଗ୍ରେସ: ୧୦୬-୧୧୮, ଜେଡିଏସ୍‌: ୨୨-୩୦, ଅନ୍ୟାନ୍ୟ: ୧-୪ ଆସନ ପାଇବେ ବୋଲି ଆକଳନ କରିଛି।

ଟାଇମ୍ସ ନାଓ-ବିଏମ୍‌ଆର୍

ବିଜେପି: ୮୦-୯୩, କଂଗ୍ରେସ: ୯୦-୧୦୩, ଜେଡିଏସ୍‌: ୩୧-୩୯, ଅନ୍ୟାନ୍ୟ: ୨-୪ ସିଟ୍ ପାଇବେ ବୋଲି ଆକଳନ କରିଛି।

ରିପବ୍ଲିକ ଟିଭି

ବିଜେପି: ୯୫-୧୧୪, କଂଗ୍ରେସ: ୭୩-୮୦, ଜେଡିଏସ୍‌: ୩୨-୪୩ ଏବଂ ଅନ୍ୟାନ୍ୟ: ୨-୩ ଆସନ ପାଇବେ ବୋଲି ଆକଳନ କରିଛି।

ନ୍ୟୁଜ ନେସନ

ବିଜେପି: ୧୦୫-୧୦୯, କଂଗ୍ରେସ: ୭୧-୭୫, ଜେଡିଏସ୍: ୩୬-୪୦, ଅନ୍ୟାନ୍ୟ: ୩-୫।

ନ୍ୟୁଜଏକ୍ସ-ସିଏନଏକ୍ସ

ବିଜେପି: ୧୦୨-୧୧୦, କଂଗ୍ରେସ: ୭୦-୭୮, ଜେଡିଏସ୍: ୩୫-୩୯, ଅନ୍ୟାନ୍ୟ: ୩-୫।

ସୁବର୍ଣ୍ଣା ନ୍ୟୁଜ

ବିଜେପି: ୭୯-୯୨, କଂଗ୍ରେସ: ୧୦୬-୧୧୮, ଜେଡିଏସ୍: ୨୨-୩୦, ଅନ୍ୟାନ୍ୟ: ୧-୪।

ଦିଗବିଜୟ ନ୍ୟୁଜ

ବିଜେପି: ୧୦୩-୧୦୭, କଂଗ୍ରେସ: ୭୬-୮୦, ଜେଡିଏସ୍: ୩୧-୩୫, ଅନ୍ୟାନ୍ୟ: ୪-୫।

ଏବିପି- ସି ଭୋଟର

ବିଜେପି: ୧୦୧-୧୦୩, କଂଗ୍ରେସ: ୮୨-୯୪, ଜେଡିଏସ୍: ୧୮-୩୧ ଏବଂ ଅନ୍ୟାନ୍ୟ: ୧-୮ ଆସନ ପାଇବେ ବୋଲି ଆକଳନ କରିଛି।

“କର୍ଣ୍ଣାଟକରେ ପୁଣି କଂଗ୍ରେସ କ୍ଷମତାକୁ ଫେରିବ। କର୍ଣ୍ଣାଟକ ନିର୍ବାଚନ ଲଢ଼େଇ ମୋଦି-ସିଦ୍ଧରମେୟାଙ୍କ ଭିତରେ ହୋଇନାହିଁ। ଏହି ଲଢ଼େଇ ସିଦ୍ଧରମେୟା ଏବଂ ବି ଏସ୍ ୟେଦୁରପ୍ପାଙ୍କ ଭିତରେ ହୋଇଛି। କଂଗ୍ରେସ ଯଦି କ୍ଷମତାକୁ ଆସେ ତାହାଲେ ଏହାର ଶ୍ରେୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ଯିବ”, କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା।

୨୦୧୩ରେ କର୍ଣ୍ଣାଟକରେ କଂଗ୍ରେସ ୧୨୨ଟି ଆସନରେ ବିଜୟୀ ହୋଇଥିଲା। ବିଜେପି ଏବଂ ଜେଡିଏସକୁ ୪୦ ଲେଖାଏଁ ଆସନ ମିଳିଥିଲା। ୟେଦୁରପ୍ପାଙ୍କ କର୍ଣ୍ଣାଟକ ଜନ ପକ୍ଷ ପାର୍ଟିକୁ ୬ଟି ଆସନ ମିଳିଥିଲା। ବିଏସ୍‌ଆରସି ପାର୍ଟିକୁ ୪ଟି ଆସନ ମିଳିଥିଲା।

Comment