ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବାଲାଂଦେଶରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ଶିବିର ବୁଲି ଦେଖିଛନ୍ତି।

ବାଲାଂଦେଶରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ଶିବିର ବୁଲି ଦେଖିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ସେ ଶିଶୁ ବିକାଶ କ୍ଷେତ୍ରରେ ୟୁନିସେଫର ସଦିଚ୍ଛା ଦୂତ ଭାବେ କାର୍ଯ୍ୟ କରୁଛନ୍ତି।

ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ରୋହିଙ୍ଗ୍ୟାମାନଙ୍କ ସହ କିଛି ଫଟୋ ଛାଡିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି,“ରୋହିଙ୍ଗ୍ୟା ଶିଶୁମାନଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ। ସାରା ବିଶ୍ୱ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ”।

ବାଲାଂଦେଶରେ ସାତ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ବସବାସ କରୁଛନ୍ତି। ଗତବର୍ଷ ମିଆଁମାରରେ ହିଂସାରୁ ରକ୍ଷା ପାଇବା ପାଇଁ ଏହି ରୋହିଙ୍ଗ୍ୟା ମୁସଲମାନ ଏଠାକୁ ପଳାଇଆସିଥିଲେ। ଏହା ବ୍ୟତିତ ସେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଅଧିକାର ଆଦି ସାମାଜିକ ଅନୁଷ୍ଠାନ ସହ କାମ କରୁଛନ୍ତି।


ଗତବର୍ଷ ପ୍ରିୟଙ୍କା ଜୋର୍ଡାନରେ ଥିବା ସିରିଆ ଶରଣାର୍ଥୀ ଶିଶୁମାନଙ୍କୁ ଭେଟିବା ସହ ସେମାନଙ୍କ ଅଧିକାର ରକ୍ଷା, ସ୍ୱାସ୍ଥ୍ୟ ଓ ଶିକ୍ଷା ବିଷୟରେ ଅଧିକ ଧ୍ୟାନ ଦେବା ପାଇଁ ବିଶ୍ୱ ସମୁଦାୟକୁ ଅନୁରୋଧ କରିଥିଲେ।

ପ୍ରିୟଙ୍କା ଚୋପ୍ରାଙ୍କ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଭେଟିବା ପରେ ବାଲାଂଦେଶର ପ୍ରଖ୍ୟାତ ଲେଖିକା ତସଲିମା ନସରିନ୍ ମଧ୍ୟ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମସ୍ୟା ନେଇ ଦୁଃଖ ପ୍ରକାଶ କରିଛନ୍ତି।

Comment