ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିଛି ଆଇପିଏଲ୍ ମହାସମର। ସନରାଇଜର୍ସକୁ ହରାଇ ତୃତୀୟଥର ପାଇଁ ବିଜୟ ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ।

ଦୀର୍ଘ ୫୪ଦିନ ଧରି ଚାଲିଥିବା ଆଇପିଏଲ୍ ମହାସମର ଗତକାଲି ଶେଷ ହୋଇଛି। ମୁମ୍ବାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲରେ  ହାଇଦ୍ରାବାଦକୁ ୮ ୱିକେଟ୍ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗସ୍ ବିଜୟ ମୁକୁଟ ପିନ୍ଧିଛି। ଏହା ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ଵରେ ୨୦୧୦ ଏବଂ ୨୦୧୧ ରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ୍ ବିଜୟ ହାସଲ କରିଥିଲା।

୨ ବର୍ଷ ପରେ ଧରି ଆଇପିଏଲରୁ ବାସନ୍ଦ ହେବାପରେ ପୁନର୍ବାର ଆଇପିଏଲ୍ ସିଜନ୍-୧୧କୁ ଫେରିଥିଲା ଚେନ୍ନାଇ ସୁପର କିଙ୍ଗସ୍। ଆଇପିଏଲକୁ ଫେରି ଟ୍ରଫି ହାତେଇବା ପରେ ଚେନ୍ନାଇ ଦଳ ଏବେ ପୂରା ଖୁସି।

ଏହି ବିଜୟରେ ଦଳର ଖେଳାଳି ଯେତିକି ଖୁସି ଥିଲେ ସେମାନଙ୍କ ପିଲାମାନେ ତା’ଠାରୁ ଅଧିକ ଖୁସି ଥିବା ଜଣାପଡ଼ୁଥିଲା। ହରଭଜନ୍ ସିଂହ, ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା, ଇମରାନ ତାହିର୍ ଓ ବାଲାଜୀ ଭଳି ଖେଳାଳିଙ୍କ ପିଲାମାନେ ମ୍ୟାଚ୍‌ ପରେ ପଡ଼ିଆରେ ଦୌଡ଼ାଦୌଡ଼ି ଖେଳିଥିଲେ। ସିନିୟର୍ ଖେଳାଳିମାନେ ନିଜ ନିଜ ପତ୍ନୀ ଏବଂ ପିଲାଙ୍କୁ ନେଇ ଟ୍ରଫି ସହ ପୋଜ୍ ଦେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

ସୁରେଶ ରାଇନାଙ୍କ ଝିଅ ଗ୍ରାସିଆ, ଧୋନିଙ୍କ ଝିଅ ଜିଭା, ହରଭଜନ ସିଂହଙ୍କ ଝିଅ ହିନାୟା, ଇମରାନ୍ ତାହିରଙ୍କ ପୁଅ ଜିବରାନ ପଡିଆରେ ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜୟୀ ଟ୍ରଫି ସହ ପିଲାମାନେ ମଧ୍ୟ ଫଟୋ ଉଠାଇଥିଲେ।

Comment