ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀଙ୍କ ପାଇଁ ନୂଆ ଯୋଜନା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଚିବାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମାରୋହରେ ‘ସମବାୟ ଆପଣଙ୍କ ଦ୍ୱାରରେ’ ଯୋଜନାର ଶୁଭାରମ୍ଭ କରିଛନ୍ତି।

ଜୁନ୍ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ପାଖରେ ପହଞ୍ଚାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନାବାର୍ଡ ଏବଂ ରାଜ୍ୟ ସମବାୟ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମବାୟ ବିଭାଗ ଦ୍ୱାରା ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “କୃଷି ଋଣର ଶତକଡ଼ା ୬୫ ପ୍ରତିଶତ ସମବାୟ ସଂସ୍ଥାମାନଙ୍କ ଜରିଆରେ ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଚାଷୀମାନଙ୍କୁ ୧ ପ୍ରତିଶତ ସୁଧରେ ଋଣ ଯୋଗାଇ ଦେଉଛନ୍ତି। ଚାଷୀମାନଙ୍କୁ କୃଷି ମିଆଦି ଋଣ ଦେବା ପାଇଁ ବିଭିନ୍ନ ସର୍ତ୍ତକୁ କୋହଳ କରାଯାଇଛି। ଚଳିତ ବର୍ଷ ୧୦୦୦ କୋଟି ଟଙ୍କାର ମିଆଦି ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି।”

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣାନ ଉପସ୍ଥିତ ଥିଲେ।

Comment