ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁଆଖେଳରେ ବାଜି ହାରିବା ପରେ ନିଜ ସ୍ତ୍ରୀକୁ ପର ପୁରୁଷ ହାତରେ ଟେକି ଦେଇଥିବା ସଇତାନ ସ୍ୱାମୀକୁ ନେଇ ବାଲେଶ୍ୱରରେ ଚାଞ୍ଚଲ୍ୟ ଖେଳିଯାଇଛି।

ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ। ଜୁଆ ଖେଳରେ ହାରିଯିବା ପରେ ପର ପୁରୁଷ ହାତରେ ନିଜ ସ୍ତ୍ରୀକୁ ଟେକି ଦେଇଛି ସ୍ୱାମୀ। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ବାଲେଶ୍ୱର ଜିଲ୍ଲା ଏବେ ଉଠୁଛି ପଡ଼ୁଛି।

ବାଲେଶ୍ୱର ଜିଲ୍ଲା ବାଲିଆପାଳର ଘଟଣା। ଦ୍ୱାପର ଯୁଗର କୁରୁସଭାରେ ପାଣ୍ଡବମାନେ ନିଜ ସ୍ତ୍ରୀକୁ ବାଜି ଲଗାଇବା ପରି ବାଲିଆପାଳ ଅଞ୍ଚଳର କାର୍ତ୍ତି ପଟ୍ଟାୟତ ମଧ୍ୟ ନିଜ ସ୍ତ୍ରୀକୁ ବାଜି ଲଗାଇକୁ ପଛାଇ ନାହିଁ। ଜୁଆ ଖେଳରେ ହାରିଯିବା ପରେ ବାଜି ମୁତାବକ ନିଜ ସ୍ତ୍ରୀକୁ ୨୩ ତାରିଖ ରାତିରେ ଅନ୍ୟ ଜଣେ ଯୁବକ ହାତରେ ଟେକି ଦେଇଛି। ଏହି ଘଟଣା ଜଣାପଡ଼ିବା ପରେ ପରିବାର ଲୋକ ନ୍ୟାୟ ପାଇଁ ବାଲେଶ୍ୱର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

କିଛିଦିନ ତଳେ ଜୁଆ ଖେଳିଥିଲେ କାର୍ତ୍ତିକ। ଖେଳ ନିଶାରେ ସବୁ ଜିନିଷକୁ ବାଜିରେ ଲଗାଇଥିଲେ। ହେଲେ ଭାଗ୍ୟ ତାଙ୍କର ସାଥ୍ ଦେଲାନି। ଜୁଆ ଖେଳରେ ବାଜିରେ ଲାଗିଥିବା ଗୋଟିଏ ପରେ ଗୋଟିଏ ଜିନିଷ ହରାଇ ଚାଲିଥିଲେ କାର୍ତ୍ତିକ। ହେଲେ ତାଙ୍କ ମୁଣ୍ଡରୁ ଜୁଆ ଖେଳର ନିଶା ଉତୁରି ନଥିଲା। ସର୍ବଶ୍ୱ ହରାଇବା ପରେ କାର୍ତ୍ତିକ ଶେଷରେ ନିଜ ସ୍ତ୍ରୀକୁ ବାଜି ଲଗାଇ ଦେଇଥିଲେ ଜୁଆ ଖେଳରେ। ହେଲେ କାର୍ତ୍ତିକ ପୁଣି ବାଜି ହାରିଗଲେ।

ବାଜି ହାରିବା ପରେ କାର୍ତ୍ତିକ ସର୍ତ୍ତ ମୁତାବକ ନିଜ ସ୍ତ୍ରୀକୁ ୨୩ ତାରିଖ ରାତିରେ ଘରୁ ଟାଣି ଟାଣି ଆଣିଥିଲା। ଗାଁ ମୁଣ୍ଡ ପୋଖରୀ ପାଖରେ ଛିଡ଼ା ହୋଇ ଜଣେ ଯୁବକଙ୍କୁ ଫୋନ କରିଥିଲେ। ସେହି ଯୁବକ ହାତରେ ନିଜ ସ୍ତ୍ରୀକୁ ଟେକି ଦେଇଥିଲା। ସ୍ୱାମୀ ଆଗରେ ପର ପୁରୁଷ ଜଣକ ସ୍ତ୍ରୀକୁ ଉପଭୋଗ କରିବା ପରେ ଛାଡ଼ି ଦେଇଥିଲା।

ଜୁଆ ଖେଳ ଓ ସ୍ତ୍ରୀକୁ ବାଜି ଲଗାଇବା ସମ୍ପର୍କରେ ଘରେ କିଛି କହି ନଥିଲା କାର୍ତ୍ତିକ। ଦିନ ପରେ ଦିନ ଗଡ଼ି ଚାଲିଲା। ହେଲେ ସତ କେବେ ଲୁଚି ରହେନା ନ୍ୟାୟରେ ପରିବାର ଲୋକଙ୍କ ଆଗରେ ସବୁ ସତ କହିଦେଇଥିଲା କାର୍ତ୍ତିକର ସ୍ତ୍ରୀ। ଶେଷରେ ପରିବାର ଲୋକ କାର୍ତ୍ତିକ ଏବଂ ଇଜ୍ଜତ ଲୁଟିଥିବା ଯୁବକ ନାଁରେ ବାଲିଆପାଳ ଥାନାରେ ଅଭିଯୋଗ କରିଛନ୍ତି। ଏସ୍‌ପି ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ପରିବାର ଲୋକ ଦାବି କରିଛନ୍ତି।

“ଏହି ଘଟଣାରେ ଆମେ ମାମଲା ରୁଜୁ କରିଛୁ। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଲିଆପାଳ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି”, କହିଛନ୍ତି ବାଲେଶ୍ୱର ଏସ୍‌ପି ଯୁଗଳ କିଶୋର।

Comment