ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅବଦୁଲ୍ କଲାମ ଦ୍ୱିପରେ ସଫଳ ପରୀକ୍ଷଣ
  • ସକାଳ ୯ଟା୫୦ରେ ଉତ୍‌କ୍ଷେପଣ
  • ଅଗ୍ନି-୫ର ଓଜନ ୫୦ ଟନ୍
  • ମିଜାଇଲର ଲକ୍ଷ୍ୟ ଭେଦ କ୍ଷମତା ୫ ହଜାର କିଲୋମିଟର

ଭଦ୍ରକର ଅବଦୁଲ୍ କଲାମ ଦ୍ୱିପରେ ଥିବା ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ୪ ନମ୍ବର ଲଞ୍ଚ ପ୍ୟାଡରୁ ଅଗ୍ନି-୫ର ବ୍ୟାବହରିକ ପରୀକ୍ଷଣ ସଫଳ ହୋଇଛି। ରବିବାର ସକାଳ ୯ଟା୫୦ରେ ଅଗ୍ନି କ୍ଷେପଣାସ୍ତ୍ର ଉତକ୍ଷେପଣ ହୋଇଥିବା ଡିଆର୍‌ଡିଓ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଏହି ବାଲାଷ୍ଟିକ ମିଜାଇଲର ଲକ୍ଷ୍ୟ ଭେଦ କ୍ଷମତା ୫ ହଜାର କିଲୋମିଟର। ପରୀକ୍ଷଣ ସମୟରେ ଅଗ୍ନି-୫ ମିଜାଇଲ୍ ୨୦ ମିନିଟରେ ୪୫୬୭ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିଥିଲା।

ଅଗ୍ନି-୫ କ୍ଷେପଣାସ୍ତ୍ରର ଓଜନ ୫୦ ଟନ୍। ଏହାର ଲମ୍ବ ୧୭ ମିଟର ଏବଂ ଓସାର ହେଉଛି ୨ ମିଟର। ଏହି ମିଜାଇଲ୍ ୧ ଟନରୁ ଅଧିକ ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି।

Comment