ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଡ଼ି ଆସୁଛି ଝଡ଼ତୋଫାନ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ୧୪ଟି ରାଜ୍ୟକୁ ସତର୍କ ସୂଚନା ଦିଆଯାଇଛି।

ଓଡିଶା ସମେତ ୧୪ଟି ରାଜ୍ୟରେ ଝଡବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସବୁ ରାଜ୍ୟରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ଅଛି।

କାଳବୈଶାଖୀ, ବଜ୍ରପାତ ଓ ଝଡ଼କୁ ନେଇ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶକୁ ସତର୍କ କରାଯାଇଛି।

ଏଥିସହ ଆଣ୍ଡାମାନ ଓ ନିକୋବର ଦୀପ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ କେରଳ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ମଙ୍ଗଳବାରଦିନ ଉତ୍ତରପ୍ରଦେଶର ୧୩ଟି ଜିଲ୍ଲାରେ ପ୍ରବଳ ବେଗରେ ପବନ ବହିବା ସହ ଧୂଳିଝଡ଼ ହେବାର ସମ୍ଭାବନା ରହିଛି।

ଚଳିତବର୍ଷ ମେ ମାସରେ ଉତ୍ତର ଏବଂ ପଶ୍ଚିମ ଭାରତରେ ଅନେକ ଅଞ୍ଚଳରେ ଘୂର୍ଣ୍ଣିଝଡ଼ର ପ୍ରଭାବରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ଯିବା ସହ ବହୁଲୋକ ଗୁରୁତର ଆହତ ହୋଇଥିଲେ।

Comment