ଓଡ଼ିଶାଲାଇଭ୍‌ ବ୍ୟୁରୋ

ନରେନ୍ଦ୍ର ମୋଦିଙ୍କୁ ମାଓବାଦୀ ହତ୍ୟା ଧମକ ଦେବା ଘଟଣାରେ କଂଗ୍ରେସ-ବିଜେପି ଭିତରେ ଆରମ୍ଭ ହୋଇଛି କଥା କଟାକଟି।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶୈଳୀରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ମାଓବାଦୀ ଧମକ ଦେବା ଘଟଣା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ମାଓବାଦୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅଚାନକ ଟାର୍ଗେଟ କରିବାର କାରଣ କ’ଣ ବୋଲି ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ କିନ୍ତୁ ଭିନ୍ନ ମତ ଦେଇଛି।

ଅନୁକମ୍ପା ଭୋଟ ଏବଂ ଲୋକଙ୍କ ସହାନୁଭୂତି ପାଇବା ପାଇଁ ନରେନ୍ଦ୍ର ମୋଦି ଏବଂ ବିଜେପିର ଏହା ଆଉ ଏକ ଚାଲ୍‌ ବୋଲି କଂଗ୍ରେସ କହିଛି। କଂଗ୍ରେସ ନେତା ସଞ୍ଜୟ ନିରୂପମ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚାହିଁଛନ୍ତି।

ସଞ୍ଜୟ ନିରୂପମ କହିଛନ୍ତି, “ନରେନ୍ଦ୍ର ମୋଦିଙ୍କର ଲୋକପ୍ରିୟତା ଯେତେବେଳେ ହ୍ରାସ ପାଉଛି ସେତେବେଳେ ଲୋକଙ୍କ ସହାନୁଭୂତି ପାଇବା ପାଇଁ ମୋଦି ନୂଆ ଚାଲ୍ ଖେଳିଥାନ୍ତି। ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ ଆସିଥାଏ। ଆଜି ଯେଉଁ ଅଭିଯୋଗ ଆସିଛି ତାହାର ପ୍ରମାଣ ଲୋକଙ୍କ ସାମ୍ନାରେ ରଖିବା ଦରକାର।”

ମୋଦିଙ୍କୁ କଂଗ୍ରେସ ଆଙ୍ଗୁଳି ଉଠାଇବା ପରେ ବିଜେପି ଏହାର ଜବାବ ଦେଇଛି। କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହତ୍ୟା ଷଡ଼ଯନ୍ତ୍ରକୁ ନେଇ କଂଗ୍ରେସ ରାଜନୀତି କରୁଛି। ଏହା ବନ୍ଦ କରିବା ଉଚିତ୍।

Comment