ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସାମୁଦ୍ରିକ ସୁରକ୍ଷା ଏବଂ ସହଯୋଗ ସମ୍ବନ୍ଧୀୟ ୩ୟ ଅଧିବେଶନ ଭୁବନେଶ୍ୱରଠାରେ ଉଦଘାଟିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି।

ଅଷ୍ଟ୍ରେଲିଆ, ବ୍ରୁନେଇ ଦାରୁସାଲାମ, କାମ୍ବୋଡିଆ, ଚାଇନା, ଭାରତ, ଇଣ୍ଡୋନେସିଆ, ଜାପାନ, ଲାଓପିଡିଆର୍, ମ୍ୟାଲେସିଆ, ମିଆଁମାର ଆଦି ୧୮ଟି ଦେଶର ପ୍ରତିନିଧିମାନଙ୍କୁ ନେଇ ଗଠିତ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ହେଉଛି ଏକ ସ୍ୱତନ୍ତ୍ର ଫୋରମ। ଏହା  ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସମୃଦ୍ଧିକୁ ବୃଦ୍ଧି କରିବା ନିମନ୍ତେ କାର୍ଯ୍ୟ କରିଆସୁଛି।

ଏହି କାର୍ଯ୍ୟକ୍ରମରେ ଭାଇସ୍ ଆଡମିରାଲ ପ୍ରଦୀପ ଚୌହାନ, ନିର୍ଦ୍ଦେଶକ, ନ୍ୟାସନାଲ ମ୍ୟାରିଟାଇମ ଫାଉଣ୍ଡେଶନ ଅନୁରାଗ ଭୂଷଣ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏସିଆନ) ଯୁଗ୍ମ ସଚିବ ଡକ୍ଟର ପ୍ରବୀର ଦେ ପ୍ରମୁଖ ଉପସ୍ଥିତ ଥିଲେ।

ବାଣିଜ୍ୟ ନିମନ୍ତେ ମହାସାଗରଗୁଡ଼ିକର ଭୂମିକା ଏବଂ ସେଥିପାଇଁ ସାମୁଦ୍ରିକପଥ ଗୁଡ଼ିକର ସୁରକ୍ଷା ଉପରେ ଧର୍ମେନ୍ଦ୍ର ଗୁରୁତ୍ୱ ଦେଇଥିଲେ।

ଭାରତର ଦକ୍ଷିଣ-ପୂର୍ବ ଏସିଆ ସହିତ ପ୍ରାଚୀନ ସାମୁଦ୍ରିକ ଏବଂ ସାଂସ୍କୃତିକ ସମ୍ବନ୍ଧ ରହିଆସିଛି। ଏହି ସମ୍ପର୍କକୁ ଅକ୍ଷୁର୍ଣ୍ଣ ରଖିବାକୁ ପଡ଼ିବ। ସମୁଦ୍ର ପଥରେ ବାଣିଜ୍ୟ କାରବାର ବୃଦ୍ଧି କରିବାକୁ ମତ ଦେଇଥିଲେ ଧର୍ମେନ୍ଦ୍ର। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବାଲିଯାତ୍ରା ଏବଂ ପୂର୍ବର ନୌବାଣିଜ୍ୟ କଥା ମନେପକାଇଥିଲେ। ଏହି ସମ୍ମିଳନୀରେ ୧୬ଟି ଦେଶର ୫୨ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି ।

Comment