ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକା କୂଳରେ ଅବସ୍ଥିତ ସ୍ୱସ୍ତି ଚିଲିକା ରିସର୍ଟର ରଜଭେଟି

  • ଜୁନ୍‌ ୮ରୁ ୨୨ ପର୍ଯ୍ୟନ୍ତ ଚିଲିକାରେ ସି-ଫୁଡ୍‌ ଫେଷ୍ଟିଭାଲ୍‍
  • କଙ୍କଡ଼ା, ଚିଙ୍ଗୁଡ଼ି ଏବଂ ଲବଷ୍ଟରସ୍‌ ଭଳି ସି-ଫୁଡ୍‌ର ଆକର୍ଷଣ
  • ଦେଶୀ ଓ ବିଦେଶୀ ଷ୍ଟାଇଲରେ ମିଳୁଛି ଖାଦ୍ୟ
  • ପାଟି ସୁଆଦ ସାଙ୍ଗକୁ ଚିଲିକାରେ ବୋଟିଂ ଓ ସ୍ପା’ର ମଜା

Sea food festival at Swosti Chilika resortଓଡ଼ିଶା ତଥା ଦେଶବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ଚିଲିକାରୁ ଆସୁଥିବା ବିଭିନ୍ନ ପ୍ରକାର ସି-ଫୁଡ୍‌ ପ୍ରସ୍ତୁତ କରୁଛନ୍ତି ସ୍ୱସ୍ତି ଚିଲିକା ରିସର୍ଟ। ବିଶେଷକରି ରଜ ଛୁଟି ସମୟରେ ଚିଲିକାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ସ୍ୱସ୍ତି ଚିଲିକା ରିସର୍ଟ ପକ୍ଷରୁ ଆରମ୍ଭ ହୋଇଛି ‘ସି ଫୁଡ୍ ଫେଷ୍ଟିଭାଲ୍’। ଜୁନ୍ ୮ ତାରିଖରୁ ଏହି ଫେଷ୍ଟିଭାଲ ଆରମ୍ଭ ହୋଇଛି। ଏହା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ଫେଷ୍ଟିଭାଲରେ କଙ୍କଡ଼ା, ଚିଙ୍ଗୁଡ଼ି ଏବଂ ଲବଷ୍ଟରସ୍‌ ଭଳି ବିଭିନ୍ନ ଆକର୍ଷଣୀୟ ସି-ଫୁଡ୍‌କୁ ନେଇ ଦେଶୀବିଦେଶୀ ଷ୍ଟାଇଲରେ  ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଉଛି। ପର୍ଯ୍ୟଟକମାନେ ଏହାର ଭରପୂର ମଜା ନେଇପାରିବେ। ଏହି ସ୍ପେଶାଲ ଫୁଡ୍ ସହ ସ୍ୱସ୍ତି ଚିଲିକା ରିସର୍ଟରେ ରହି ମରାଳମାଳିନୀ ନୀଳାମ୍ବୁ ଚିଲିକାରେ ବୋଟିଂ  କରିବା ପାଇଁ ରିସର୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ଅତ୍ୟାଧୁନିକ ସ୍ପା ପାଇଁ ଏହି ରିସର୍ଟ ପ୍ରସିଦ୍ଧ। ଚିଲିକା କୂଳରେ ଅବସର ସମୟ କାଟିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସ୍ପାର ସୁଯୋଗ ନେବାକୁ ରିସର୍ଟ ପକ୍ଷରୁ ଏହି ଅବସରରେ ନିମନ୍ତ୍ରଣ କରାଯାଉଛି।

Sea food festival at Swosti Chilika resort“ଆଜି ପର୍ଯ୍ୟନ୍ତ ଚିଲିକାରେ କୌଣସି ଷ୍ଟାର ହୋଟେଲ ନଥିଲା। ଫଳରେ ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ କୌଣସି ବିଶେଷ କାର୍ଯ୍ୟକ୍ରମ ହୋଇପାରୁ ନଥିଲା। ଏଣୁ ପର୍ଯ୍ୟଟକମାନଙ୍କ ପାଇଁ ଆମେ ସ୍ୱସ୍ତି ଚିଲିକା ରିସର୍ଟରେ ସି-ଫୁଡ୍ ଫେଷ୍ଟିଭାଲ ଆରମ୍ଭ କରିଛୁ। ଏହି ଫେଷ୍ଟିଭାଲରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଉନ୍ନତମାନର ଲବଷ୍ଟରସ୍, ଚିଙ୍ଗୁଡ଼ି, କଙ୍କଡ଼ା ଏବଂ ବିଭିନ୍ନ ମାଛ ଉପରେ ଖାଦ୍ୟ ପ୍ରସ୍ତୁତ କରୁଛୁ। ତେଣୁ ୨୨ ଜୁନ୍‌ ଭିତରେ ଯେଉଁମାନେ ଚିଲିକା ବୁଲି ଆସୁଛନ୍ତି, ସେମାନେ ସ୍ୱସ୍ତି ଚିଲିକା ରିସର୍ଟ ଆସି ଏହିସବୁ ସ୍ପେଶାଲ ସି-ଫୁଡ୍‌ର ମଜା ନେଇପାରିବେ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ସ୍ୱସ୍ତି ଗ୍ରୁପର ଅଧ୍ୟକ୍ଷ ଜେ କେ ମହାନ୍ତି।

ସ୍ୱସ୍ତି ଗ୍ରୁପ୍‌ର ବିଭିନ୍ନ ହୋଟଲରେ ଆଗରୁ ସି-ଫୁଡ ଫେଷ୍ଟିଭାଲ କରାଯାଇଛି। ହେଲେ ଚିଲିକାରେ ଏହି ହୋଟେଲ ଗ୍ରୁପ୍‌ ପକ୍ଷରୁ ଚଳିତ ବର୍ଷ ବଡ଼ ଧରଣର ସି-ଫୁଡ୍‌ ଫେଷ୍ଟିଭାଲ ଆୟୋଜନ କରାଯାଇଛି। ପର୍ଯ୍ୟଟକମାନଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇଁ ସ୍ୱସ୍ତି ଚିଲିକା ରିସର୍ଟ ପକ୍ଷରୁ ପ୍ରୟାସ କରାଯାଇଛି।

Swosti Chilika Resortରଜ ସମୟରେ ରାଜ୍ୟରେ ସବୁ ସ୍କୁଲ, କଲେଜ ଛୁଟି। ଏହି ସମୟରେ ବହୁସଂଖ୍ୟାରେ ସ୍ଥାନୀୟ ପର୍ଯ୍ୟଟକ ଚିଲିକାରେ ଛୁଟି କାଟିବା ପାଇଁ ଆସିଥା’ନ୍ତି। ଓଡ଼ିଶା ଛଡ଼ା ରାଜ୍ୟ ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକ ଚିଲିକା ବୁଲିଆସୁଛନ୍ତି। ସେମାନଙ୍କୁ ଆଖି ଆଗରେ ରଖି ଏହି ସି-ଫୁଡ୍ ଫେଷ୍ଟିଭାଲ କରାଯାଇଛି ବୋଲି କହିଛନ୍ତି ଜେ କେ ମହାନ୍ତି।

Sea food festival at Swosti Chilika resortରାଜଧାନୀ ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ରହିଛି ଆକର୍ଷଣୀୟ ହୋଟେଲ ଓ ରେସ୍ତୋରାଁ। ସେହିପରି ଗତ କିଛିବର୍ଷ ମଧ୍ୟରେ ପରିବେଶ ପର୍ଯ୍ୟଟନ ବା ଇକୋ-ଟୁରିଜିମ୍‌ କ୍ଷେତ୍ରରେ ଅନେକ ନୂଆ ହୋଟେଲ ବା ରେସ୍ତୋରାଁ ଖୋଲିଛି। ହେଲେ ରାଜ୍ୟରେ ରିସର୍ଟର ଯେଉଁ ଅଭାବ ରହିଥିଲା, ସେହି ଅଭାବକୁ ପୂରଣ କରିବାକୁ ଯାଉଛି ସ୍ୱସ୍ତି ହୋଟେଲ-ଗ୍ରୁପ୍‌ର ଆକର୍ଷଣୀୟ ପ୍ରକଳ୍ପ ସ୍ୱସ୍ତି ଚିଲିକା ରିସର୍ଟ। କେବଳ ଓଡ଼ିଶାରେ ନୁହେଁ, ଭାରତରେ ରହିଥିବା କେତୋଟି ହାତଗଣତି ରିସର୍ଟ ମଧ୍ୟରେ ଏହା ସ୍ଥାନ ପାଇବାକୁ ଯାଉଛି। ଚିଲିକା କୂଳରେ ଗଢ଼ିଉଠିଥିବା ଏହି ରିସର୍ଟ ଓଡ଼ିଶାର ପର୍ଯ୍ୟଟନ ଆକର୍ଷଣ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହେବାକୁ ଯାଉଛି।

କେମିତି ପହଞ୍ଚିବେ?

ସ୍ୱସ୍ତି ଚିଲିକା ଚିସର୍ଟକୁ ଯିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ଉଭୟ ରେଳ ଏବଂ ସଡ଼କ ପଥର ସୁବିଧା ରହିଛି। ରାଜଧାନୀ ଭୁବନେଶ୍ୱରରୁ ସ୍ୱସ୍ତି ଚିଲିକା ରିସର୍ଟ ୧୪୫ କିମି ଦୂର ହୋଇଥିବା ବେଳେ ବ୍ରହ୍ମପୁରରୁ ମାତ୍ର ୭୦ କିମି। ଯେଉଁ ପର୍ଯ୍ୟଟକମାନେ ଭୁବନେଶ୍ୱର କିମ୍ବା ବ୍ରହ୍ମପୁରରୁ ଆସିବାକୁ ଚାହୁଁଛନ୍ତି ସେମାନେ ଆରାମରେ ସ୍ୱସ୍ତି ଚିଲିକା ରିସର୍ଟ ପାଖରେ ପହଞ୍ଚି ପାରିବେ।

ଭୁବନେଶ୍ୱର ରେଳ ଷ୍ଟେସନରେ ଓହ୍ଲାଇ ପର୍ଯ୍ୟଟକମାନେ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ୟାକ୍ସି ସହାୟତାରେ ଯାଇପାରିବେ। ସେହିପରି ବ୍ରହ୍ମପୁର ଷ୍ଟେସନରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ୟାକ୍ସି ଭଡ଼ାକରି ସ୍ୱସ୍ତି ଚିଲିକା ରିସର୍ଟକୁ ଆସି ପାରିବେ।

ଦେଶ ତଥା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ସ୍ୱସ୍ତି ଚିଲିକା ରିସର୍ଟକୁ ଯିବାରେ କୌଣସି ଅସୁବିଧା ନାହିଁ। ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ପାଇବା ପରେ କ୍ୱାଲାଲୁମ୍ପର ଏବଂ ବ୍ୟାଙ୍କକ୍‌କୁ ବିମାନ ସେବା ରହିଛି।

ପର୍ଯ୍ୟଟକମାନେ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ଟ୍ୟାକ୍ସି ସାହଯ୍ୟରେ ସ୍ୱସ୍ତି ଚିଲିକା ରିସର୍ଟକୁ ଆସିପାରିବେ।

Comment