ଓଡ଼ିଶାଲାଇଭ୍‌ ବ୍ୟୁରୋ

୮୦ ବର୍ଷର ଓଡ଼ିଶା ବଜେଟ୍ – ଏକ ସ୍ମରଣୀୟ ପ୍ରକାଶନ ପୁସ୍ତକକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ପୁସ୍ତକ ଲୋକାର୍ପିତ ହୋଇଛି। ଏହି ପୁସ୍ତକରେ ବଜେଟ୍ ସମ୍ପର୍କିତ ସମସ୍ତ ତଥ୍ୟ ଉଲ୍ଲେଖ କରାଯାଇଛି।

“୮୦ ବର୍ଷରେ ଓଡ଼ିଶାର ଅନେକ ବିକାଶ ହୋଇଛି। ରାଜ୍ୟ ସରକାର ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଅନେକ କାମ କରିଛନ୍ତି। ୧୯୩୬ରେ ବଜେଟ ପରିମାଣ ୧ କୋଟି ୬୭ ଲକ୍ଷ ଟଙ୍କା ଥିଲା। ୨୦୦୦ ମସିହାରେ ଆମ ସରକାର ଦାୟିତ୍ୱ ନେବା ବେଳେ ବଜେଟ୍ ପରିମାଣ ୧୪ ହଜାର କୋଟି ଟଙ୍କା ଥିଲା। ୨୦୧୮ରେ ବଜେଟ୍ ପରିମାଣ ୧ ଲକ୍ଷ ୨୦ ହଜାର କୋଟିରେ ପହଞ୍ଚିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ପୁସ୍ତକରେ ବଜେଟର ରୂପରେଖ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଛି। ରାଜ୍ୟର ବିକାଶ ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରାଯାଇଛି। ବୁଦ୍ଧିଜୀବୀ ଏବଂ ଆଇନ ପ୍ରଣେତାମାନେ ଏହି ପୁସ୍ତକକୁ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବାଦୀ ଅଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତ, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here