ଓଡ଼ିଶାଲାଇଭ୍ ବ୍ୟୁରୋ

‘ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା’ ଗଠନ ପାଇଁ ମଙ୍ଗଳବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟରେ ଉପଲବ୍ଧ ସ୍ଵାସ୍ଥ୍ୟ ସେବାକୁ ଲୋକାଭିମୁଖୀ, ଗୁଣାତ୍ମକ, ସୁଦୃଢ଼ ଓ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏହି ଯୋଜନା ସହାୟକ ହେବ। ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଏହି ସେବା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

  • ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେବ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା।
  • ୭୦ଲକ୍ଷ ପରିବାରକୁ ମିଳିବ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ସୁରକ୍ଷା ସହାୟତା।
  • ସବୁ ସରକାରୀ ହସ୍ପିଟାଲରେ ମିଳିବ ମାଗଣାରେ ଚିକିତ୍ସା।
  • ପ୍ରସୂତି, ନବଜାତ ଓ ଅସୁସ୍ଥ ଶିଶୁକୁ ଡାକ୍ତରଖାନା ନେବା ଆଣିବା ଖର୍ଚ୍ଚ ପାଇଁ ମିଳିବ ୫୦୦ଟଙ୍କା।

Comment