ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଅଭାବନୀୟ ଘଟଣା ଘଟିଛି। ଖବରକାଗଜ ‘ରାଇଜିଂ କାଶ୍ମୀର’ର ସମ୍ପାଦକ ସୁଜାତ ବୁଖାରୀ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ବୁଖାରୀଙ୍କ ଜଣେ ପିଏସ୍‌ଓ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ପିଏସ୍‌ଓ ଗୁରୁତର ଭାବେ ଆହତ ହୋଇଛନ୍ତି।

ବୁଖାରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ଆତଙ୍କବାଦୀଙ୍କ ଆକ୍ରମଣକୁ ନିନ୍ଦା କରିବା ସହ ବୁଖାରୀଙ୍କ ମୃତ୍ୟୁ ସମ୍ପର୍କରେ କହିବା ବେଳେ କାନ୍ଦି ପକାଇଥିଲେ।

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ଆତଙ୍କବାଦୀମାନେ ଆଜି ଶ୍ରୀନଗରର ପ୍ରେସ କଲୋନୀରେ ପ୍ରବେଶ କରି ରାଇଜିଂ କାଶ୍ମୀରର ସମ୍ପାଦକ ସୁଜାତ ବୁଖାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଅଚାନକ ଗୁଳି ଚାଳନା କରିବାକୁ ବୁଖାରୀ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here