ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହୋଇଛି ଫିଫା ଫୁଟବଲ୍ ବିଶ୍ୱକପ୍ ୨୦୧୮। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆୟୋଜକ ଋଷିଆ ଏବଂ ସାଉଦୀ ଆରବ। ଉଦଘାଟନୀ ମ୍ୟାଚରେ ଋଷିଆ କମାଲ୍ ଦେଖାଇଛି। ସାଉଦୀ ଆରବକୁ ୫-୦ ଗୋଲରେ ପରାଜିତ କରିଛି ଋଷିଆ।

ଉଦଘାଟନୀ ମ୍ୟାଚରେ ପ୍ରଥମେ ଗୋଲ୍ କରିଥିଲେ ଋଷିଆର ୟୁରି ଗାଜିନ୍‌ସ୍କି। ମ୍ୟାଚ ଆରମ୍ଭର ୧୨ ମିନିଟରେ ଗୋଲ୍ କରିଥିଲେ। ଦ୍ୱିତୀୟ ଗୋଲ ୪୩ ମିନିଟରେ ହୋଇଥିବା ବେଳେ ତୃତୀୟ ଗୋଲ୍ ୭୧ ମିନିଟରେ, ତୁର୍ଥ ଗୋଲ୍ ୯୧ ମିନିଟ୍‌ରେ, ପଞ୍ଚମ ଗୋଲ ୯୪ ମିନିଟରେ ହୋଇଥିଲା।

ମାସେ ଧରି ଚାଲିବ ଫୁଟବଲ୍ ମହାକୁମ୍ଭ। ଏଥିରେ ୩୮ଟି ଦେଶ ଅଂଶଗ୍ରହଣ କରିଛନ୍ତି। ଉଦଘାଟନୀ ମ୍ୟାଚରେ ଗ୍ୟାଲେରୀରେ ଦେଖିବାକୁ ମିଳିଥିଲା ଖଚାଖଚ୍ ଭିଡ଼।

Comment