ଓଡ଼ିଶାଲାଇଭ୍‌ ବ୍ୟୁରୋ

ଥରିଲା ଜାପାନ। ସୋମବାରଦିନ ସକାଳୁ ପଶ୍ଚିମ ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମକମ୍ପର ତୀବ୍ରତା ୬.୧ ରହିଛି। ଏହି ଭୁମିକମ୍ପରେ ୩ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି।

ସ୍ଥାନୀୟ ସମୟ ସକାଳ ୭.୫୮ ମିନିଟରେ ଓସାକା ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପରେ ପୂରା ସହର ଥରି ଉଠିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୧୦ କିଲୋମିଟର୍ ଗଭୀରରେ ସୃଷ୍ଟି ହୋଇଛି ଜାପାନୀ ପାଣିପାଗ ଏଜେନ୍ସି କହିଛି। ଏଯାଏଁ ସୁନାମୀ ନେଇ କୌଣସି ସର୍ତକ ସୂଚନା ଜାରି କରାଯାଇନାହିଁ।

ଓସାକା, ଶିଗା, କ୍ୱିତୋ ଓ ନାରାରେ ଭୂମିକମ୍ପ ଯୋଗୁଁ ହାଇସ୍ପିଡ଼ ବୁଲେଟ ଟ୍ରେନ ଯାତାୟତରେ ବାଧା ସୃଷ୍ଟି ହୋଇଛି। ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି ପରମାଣୁ ରିଆକ୍ଟର ପ୍ରଭାବିତ ହୋଇନାହିଁ। ଭୂମିକମ୍ପ ପରେ ଓସାକା ସହରରେ ୧୭୦,୦୦୦ ଘରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଜାପାନ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comment