ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ଉପଲକ୍ଷେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଭକ୍ତି ଭାବପୂର୍ଣ୍ଣ ଅଡିଓ କ୍ୟାସେଟ୍ ‘ହେ ନରହରି’ ଉନ୍ମୋଚିତ ହୋଇଛି। ଏହି କ୍ୟାସେଟରେ ମୋଟ ୬ଟି ଗୀତ ରହିଛି। ଗୀତଗୁଡ଼ିକୁ ଲେଖିଛନ୍ତି ଏବଂ ସ୍ୱର ସଂଯୋଜନା କରିଛନ୍ତି ସୋମନାଥ ପଣ୍ଡା।

ଗୀତଗୁଡ଼ିକୁ ଗାଇଛନ୍ତି ଶ୍ରୀଚରଣ ମହାନ୍ତି, ପ୍ରିନ୍ସ ଶର୍ମା, ସୁଶ୍ରୀ ଦିବ୍ୟା ଏବଂ ଦିବ୍ୟରଞ୍ଜନ। ଏହି ଭଜନ କ୍ୟାସେଟଟି ଏସ୍‌କେ ମ୍ୟୁଜିକ ବ୍ୟାନରରେ ମୁକ୍ତିଲାଭ କରିଛି। କ୍ୟାସେଟର ନିର୍ଦ୍ଦେଶନା ଏବଂ ପ୍ରଯୋଜନା ଭାର ତୁଲାଇଛନ୍ତି ସୌରଭ ନନ୍ଦ।

ଗୀତଗୁଡ଼ିକର ଭିଡିଓ ସୁଟିଂ ଆରମ୍ଭ ହୋଇଯାଇଛି। ଏଥିରେ ବାବୁ ପ୍ରଧାନଳ ରତନ ମେହେର, ସୌରଭ ନନ୍ଦ ଏବଂ ପୁଷ୍ପା ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି।

“ସୌରଭ ନନ୍ଦ କହିଛନ୍ତି, “ମହାପ୍ରଭୁଙ୍କ ଆଶୀର୍ବାଦରୁ ‘ହେ ନରହରି’ କ୍ୟାସେଟ୍ ଉନ୍ମୋଚିତ ହୋଇଛି। ଏହି କ୍ୟାସେଟରେ ଥିବା ସମସ୍ତ ଗୀତ ହୃଦୟସ୍ପର୍ଶି ହୋଇଛି। ଶ୍ରୋତା ଏବଂ ଦର୍ଶକମାନଙ୍କ ମନକୁ ଏହା ବେଶ୍ ଛୁଇଁବ ବୋଲି ଆଶା ରହିଛି।”

Comment