ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମୋ ଆପ୍‌ ଜରିଆରେ ସାରାଦେଶର ଚାଷୀମାନଙ୍କଠାରୁ ସେମାନଙ୍କର ମତ, ସମସ୍ୟା ଓ ପ୍ରସ୍ତାବ ସମ୍ପର୍କରେ ଶୁଣିଛନ୍ତି। 

ନମୋ ଆପ୍‌ ଜରିଆରେ କୃଷକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚାଷୀମାନଙ୍କଠାରୁ ସେମାନଙ୍କର ମତ, ସମସ୍ୟା ଓ ପ୍ରସ୍ତାବ ସମ୍ପର୍କରେ ଶୁଣିଛନ୍ତି ମୋଦି।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ରେ ଚାଷୀଙ୍କୁ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, “୨୦୨୨ ସୁଦ୍ଧା ଚାଷୀମାନଙ୍କର ଆୟ ଯେମିତି ଦୁଇଗୁଣ ହେବ ସେ କଥା ନିଶ୍ଚିତ କରିବାକୁ ଆମ ସରକାର କାମ କରୁଛି। ସେଥିପାଇଁ ଯେତେବେଳେ ଯାହା ସହଯୋଗ ଆବଶ୍ୟକ ଆମେ ତା’ର ସୁବିଧା କରୁଛୁ। ଭାରତର ଚାଷୀଙ୍କ ଉପରେ ଆମର ଭରସା ଅଛି। ଆମ ସରକାର କୃଷକମାନଙ୍କ ଆୟ ବୃଦ୍ଧି କରିବାକୁ କାର୍ଯ୍ୟରତ”।

ନମୋ ଆପ୍‌ ଜରିଆରେ ମୋଦି ଭାତତର ୬୦୦ରୁ ଊର୍ଦ୍ଧ୍ୱ ଜିଲ୍ଲାର ଚାଷୀମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ।

“ଦେଶରେ କେବଳ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଛି ତା’ନୁହେଁ, ଦୁଗ୍ଧ, ଫଳ ଓ ପନିପରିବା ଉତ୍ପାଦନରେ ବେଶ ଆଗରେ ଅଛି। କୃଷିର ସମସ୍ତ ପର୍ଯ୍ୟାୟରେ ଚାଷୀମାନଙ୍କୁ ସହାୟତା ଯୋଗାଇବାକୁ ଆମର ଉଦ୍ୟମ ଚାଲିଛି। ବିହନ ବୁଣିବାଠାରୁ ଫସଲ ଅମଳ ହେବା ଯାଏଁ ସହାୟତା ଯୋଗାଇ ଦିଆଯିବ”, କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଅଧିକ ଉତ୍ପାଦନ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇବା ଲାଗି କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ସଏଲ୍‌ ହେଲ୍ଥ କାର୍ଡର ଲାଭ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇଛନ୍ତି।

Comment