ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରବାଟୀ ଜମି ଦୁର୍ନୀତି ମାମଲାରେ ବେଆଇନ ଅର୍ଥ କାରବାର ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଞ୍ଜିତ ସାମଲ।

ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଥିଲା। ଗୁରୁବାରଦିନ ସଞ୍ଜିତ ଆସି ଇଡିରେ ହାଜର ହୋଇଛନ୍ତି।

ବାରବାଟୀ ଜମି ଦୁର୍ନୀତି ମାମଲାରେ ବେଆଇନ ଅର୍ଥ କାରବାରରେ ସଞ୍ଜିତ ସାମଲ ନାଁ ଉଠିଥିଲା। ସେ ଇନ୍‌କନ୍ ଆସୋସିଏଟସ୍‌ର ପାର୍ଟନର ଥିବାବେଳେ ଏହି ସଂସ୍ଥା ବାରବାଟୀ ଜମି କେଳେଙ୍କାରୀରେ ଛନ୍ଦି ହୋଇଥିଲା। ସେ ସମୟରେ ଓସିଏର ସମ୍ପାଦକ ଥିଲେ ଆଶୀର୍ବାଦ ବେହେରା।

Comment