ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ୩୭ତମ ତଥା ଅନ୍ତିମ ସଂସ୍କରଣରେ ଭାରତୀୟ ଦଳ ତା’ର ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି। ରବିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୨-୧ ଗୋଲରେ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାକୁ ପରାସ୍ତ କରିଛି।

ଚାମ୍ପିୟନ୍ସ ଟ୍ରଫିର ଦ୍ୱିତୀୟ ମ୍ୟାଚରେ ଭାରତ ଅଲମ୍ପିକ ବିଜେତା ଆର୍ଜେଣ୍ଟିନାକୁ ୨-୧ ଗୋଲରେ ହରାଇଛି। ପ୍ରତିଯୋଗିତାରେ ଭାରତୀୟ ଦଳର ଏହା କ୍ରମାଗତ ୨ୟ ବିଜୟ। ପୂର୍ବରୁ ଶନିବାର ଉଦ୍‌ଘାଟନୀ ଦିବସରେ ଭାରତ ୪-୦ ଗୋଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିଲା। ପି ଆର୍‌ ଶ୍ରୀଜେଶଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପରବର୍ତ୍ତୀ ମ୍ୟାଚ୍‌ରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଜୁନ ୨୭ରେ ଭେଟିବ।

ଭାରତୀୟ ଦଳର ଲଗାତାର ବିଜୟରେ ଖୁସି ବ୍ୟକ୍ତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିକଟରେ ହକିକୁ ଜାତୀୟ ଖେଳର ବିଧିବଦ୍ଧ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଚର୍ଚ୍ଚାରେ ଅଛନ୍ତି ନବୀନ।

Sardar Singh's 300th Match

ଏହି ମ୍ୟାଚ୍‌ ସହ ଭେଟେରାନ ମିଡ୍‌ଫିଲ୍ଡର ସର୍ଦ୍ଦାର ସିଂ କ୍ୟାରିୟରର ୩୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ୩୧ ବର୍ଷୀୟ ସର୍ଦ୍ଦାର ୨୦୦୬ରେ ପାକିସ୍ତାନ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ।

Comment