ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାକର୍ତ୍ତା ଏସିଆନ୍ ଗେମ୍ସ ଲାଗି ଦୂତି ଚାନ୍ଦ ଓ ଜଉନା ମୁର୍ମୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୌହାଟି ଆଥ୍‌ଲେଟିକ୍ ଚାମ୍ପିଅନସିପ୍‌ର ପ୍ରଦର୍ଶନ ଭିତ୍ତିରେ ଦୁହେଁ ଯୋଗ୍ୟତା ଅର୍ଜନ କରିଛନ୍ତି। 

ଜାକର୍ତ୍ତା ଏସିଆନ୍ ଗେମ୍ସ ଲାଗି ଦୂତି ଚାନ୍ଦ ଓ ଜଉନା ମୁର୍ମୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୌହାଟି ଆଥ୍‌ଲେଟିକ୍ ଚାମ୍ପିଅନସିପ୍‌ର ପ୍ରଦର୍ଶନ ଭିତ୍ତିରେ ଦୁହେଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହାସହ ଜିମ୍ନାଷ୍ଟିକରେ ରାକେଶ ପାତ୍ର ଏବଂ ନୌକା ଚାଳନାରେ ସଂଜୁକ୍ତା ଡୁଙ୍ଗଡୁଙ୍ଗ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

୪ ବର୍ଷ ତଳେ ବିବାଦୀୟ ପରିସ୍ଥିତିରେ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ାରୁ ବଞ୍ଚିତ ହୋଇଥିବା ଦେଶର ଦ୍ରୁତତମ ଓଡ଼ିଆ ଧାବିକା ଦୂତି ଚାନ୍ଦ ଏଥର କିନ୍ତୁ ସୁଯୋଗ ହାତଛଡ଼ା ହେବାକୁ ଦେଇ ନାହାନ୍ତି।

ମଙ୍ଗଳଠାରୁ ଗୌହାଟୀରେ ଆରମ୍ଭ ହୋଇଥିବା ୫୮ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର୍‌ ହିଟ୍‌ସରେ ୨୩.୪୬ ସେକେଣ୍ଡ୍‌ ସମୟ ନେଇ ଆସନ୍ତା ଜାକର୍ତା ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।

ଅନ୍ୟତମ ଓଡ଼ିଆ ଜଉନା ମୁର୍ମୁ ୪୦୦ ମିଟର ଦୌଡ଼ରେ ମଧ୍ୟ ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରି ନେଇଛନ୍ତି। ମହିଳା ବିଭାଗ ୨୦୦ ମିଟରରେ ଏସୀୟ କ୍ରୀଡ଼ା ଯୋଗ୍ୟତା ଲାଗି ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ) ୨୩.୫୦ ସେକେଣ୍ଡ୍‌ ସମୟ ଧାର୍ଯ୍ୟ କରିଥିଲା। ଯାହାକୁ ଦୂତି ଅଳ୍ପକେ ହାସଲ କରି ନେଇଛନ୍ତି।

ଅନ୍ୟତମ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ କିନ୍ତୁ ଏହି ଲକ୍ଷ୍ୟରେ ସଫଳ ହୋଇପାରିନାହାନ୍ତି। ସେ ୨୪.୦୪ ସେକେଣ୍ଡ୍‌ ସମୟ ନେଇ ହିଟ୍‌-୩ରେ ଶୀର୍ଷରେ ରହିବା ସାଙ୍ଗକୁ ଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିଛନ୍ତି।

ଦୂତିଙ୍କ ସହ ଶ୍ରାବଣୀ ବୁଧବାର ଫାଇନାଲ୍‌ ଖେଳିବାକୁ ଯାଉଥିବାରୁ ତାଙ୍କ ପାଇଁ ତଥାପି ସୁଯୋଗ ରହିବ। “ଏସୀୟ ଯୋଗ୍ୟତା ଅର୍ଜନ କରିଥିବାରୁ ମୁଁ ବହୁତ ଖୁସି, ଏବେ ୧୦୦ ମିଟର୍‌ ଏବଂ ୧୦୦ ମିଟର୍‌ ରିଲେରେ ଯୋଗ୍ୟତା ଅର୍ଜନ କରିବା ଲାଗି ପ୍ରୟାସ କରିବି”,କହିଛନ୍ତି ଦୂତି। ଅଗଷ୍ଟ-ସେପ୍ଟେମ୍ବରରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବ।

Comment